‘ଥପ୍ପଡ଼’ ଟ୍ରେଲର ରିଲିଜ,ମହିଳାଙ୍କ ଆତ୍ମସମ୍ମାନର କଥା କହୁଛି ଏହି ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ତାପସୀ ପଂନୁ ଷ୍ଟାରର ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ ହୋଇଯାଇଛି । ଟାଇଟଲ ଭଳି ଫିଲ୍ମର କାହାଣୀ ମଧ୍ୟ ଏଠାକୁ ସେଠାକୁ ଘୁରି ବୁଲୁଛି । ମହିଳା କେନ୍ଦ୍ରିକ ଏହି ଫିଲ୍ମ ଟ୍ରେଲରର ନିଜର ଘର ପରିବାର ବିରୋଧରେ ଯାଇ ପତିଙ୍କ ଏକ ଥପ୍ପଡ଼ ସାହିବ ପରିବର୍ତ୍ତେ ଏହାର ବିରୋଧ କରୁଥିବାର ନଜର ଆସୁଛନ୍ତି । ଏଥିପାଇଁ ତାଙ୍କୁ କୋର୍ଟ କଚେରୀର ସାହାରା ନେବାକୁ ପଡ଼ିଛି ।

ଟ୍ରେଲର୍‌ରେ ପ୍ରଥମେ ତାପସୀ ଓ ପାୱେଲ୍‌ ଗୁଲାଟିଙ୍କ ଭିତରେ ହାପି ମ୍ୟାରେଡ୍‌ ଲାଇଫ୍‌ ଦେଖିବାକୁ ମିଳୁଛି । ଏକ ପାର୍ଟି ଚାଲିଥିବା ସମୟରେ କିଛି କାରଣ ବଶତଃ ସ୍ୱାମୀ ପାୱେଲ୍‌ ସମସ୍ତଙ୍କ ସାମ୍ନାରେ ତାପସୀଙ୍କୁ ଚାପୁଡ଼ା ମାରୁଛନ୍ତି । ସେ ଏହି ଚାପୁଡ଼ା ସହ୍ୟ କରିପାରୁ ନାହାନ୍ତି । ତାଙ୍କୁ ଏହା ବହୁତ ଖରାପ ଲାଗୁଛି ଓ ବହୁତ ଅପମାନିତ ଅନୁଭବ ହେଉଛି । ପରେ ନିଜର ଘର ପରିବାରକୁ ଏହା ଉପରେ କହନ୍ତି ଏବଂ ତଲାକ୍‌ ନେବାର କଥା କୁହନ୍ତି । କିନ୍ତୁ ଘର ପରିବାର ତରଫରୁ ବୁଝାଇବା ପାଇଁ ଚେଷ୍ଟା କରାଯାଏ ସମସ୍ତେ ବାସ୍‌ ତାଙ୍କୁ ଗୋଟିଏ କଥା କହୁଛନ୍ତି ଯେ ବାସ୍‌ ଗୋଟିଏ ଚାପୁଡ଼ା ତ ଅଟେ ।

ଆଗକୁ ଚାଲିକରି ସମାଜ ତାକୁ ଡ଼ିବସି କହିବ । କିନ୍ତୁ ସମସ୍ତଙ୍କ କଥାକୁ ନଶୁଣି ତାପସୀ ନିଜର ଆତ୍ମସମ୍ମାନକୁ ଆଖି ଆଗରେ ରଖି ଥପ୍ପଡ଼ରୁ ଆରମ୍ଭ ହୋଇଥବା ଘରର ହିଂସା ବିରୋଧରେ କେଶ ଲଢ଼ନ୍ତି । ଏବେ କଣ ସେ ଥପ୍ପଡ଼କୁ ଏକ ମାମୁଲି କଥା ଭାବି ସୁଝାବ କରିନେବେ ନା ପୁଣି ଏକ ମହିଳାର ଅଧିକାର ପାଇଁ ଲଢ଼ିବେ, ଏହା ଦେଖିବା ମଜାଦାର ହେବ । ହେଲେ ସେ କାହା କଥାକୁ ନ ଶୁଣି ନିଜ ଆତ୍ମସମ୍ମାନକୁ ବାଛୁଛନ୍ତି ଓ ଏହି ଚାପୁଡ଼ା ବିରୋଧରେ ଏକାକୀ ଲଢ଼ୁଛନ୍ତି ।

ଅନୁଭବ ସିହ୍ନା ନିର୍ଦେଶିତ ଏହି ଫିଲ୍ମ ଗୋଟିଏ ମହିଳା କେନ୍ଦ୍ରିକ ଫିଲ୍ମ ଅଟେ । ଘରୋଇ ହିଂସାର ଆରମ୍ଭ କେମିତି ହେଉଛି ଆରମ୍ଭ ଫିଲ୍ମର ଟ୍ରେଲରରୁ ଜଣାପଡୁଛି । ଟ୍ରେଲରର ଗୋଟିଏ ଜାଗାରେ ତାପସୀ କହୁଛନ୍ତିକି,ବାସ୍‌ ଗୋଟିଏ ଚାପୁଡ଼ା ତ ଅଟେ କିନ୍ତୁ ତୁମେ ମରିବାର ନଥିଲା । ତାଙ୍କର ଏହି କଥା କେମିତି ନା କେମିତି ଅପରାଧ ସହିବାକୁ ମନା କରୁଛି ,ଏହା ଏକ ମଜଭୁତ ମହିଳା ଭାବରେ ଦର୍ଶାଉ ଅଛି । ଫିଲ୍ମରେ ତାପସୀ ପଂନୁ,ପାୱେଲ୍‌ ଗୁଲାଟିଙ୍କ ବ୍ୟତୀତ ଅଲାୱା ରତ୍ନା ପାଠକ ଏବଂ ତନବି ଆଜମୀ ମଧ୍ୟ ଅଛନ୍ତି ।

ମନେଅଛିକି ,ତାପସୀ ପଂନୁ ଏହା ପୂର୍ବରୁ ମଧ୍ୟ ଗମ୍ଭୀର ମୁଦେ ବାଲି ଫିଲ୍ମରେ ନଜର ଆସିଛନ୍ତି । ତାଙ୍କୁ ପୂର୍ବ ଦିନରେ ‘ଷଣ୍ଡ କୀ ଆଁଖ’ରେ ଦେଖାଯାଇଥିଲା । ସେଇଠି ନିର୍ଦେଶକ ଅନୁଭବ ସିହ୍ନା ମଧ୍ୟ ସିରିଏସ ଟପିକ ଉପରେ ଫିଲ୍ମ ବନାଇବା ପାଇଁ ଜଣାଯାଆନ୍ତି । ତାଙ୍କର ପୂର୍ବ ଫିଲ୍ମ ଆର୍ଟିକିଲ 15 ଥିଲା ।


ସେୟାର କରନ୍ତୁ