ଦ ସ୍କାଏ ଇଜ୍ ପିଙ୍କର ପ୍ରଥମ ଦିନର ଆୟ କେମିତି ଅଛି ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତର ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ ମୁକ୍ତିଲାଭ କରିଛି । ଲମ୍ବା ସମୟ ପରେ ବଲିଓଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘ 2ବର୍ଷ ପରେ ଏହି ଫିଲ୍ମ ଜରିଆରେ ନଜରକୁ ଆସିଛନ୍ତି । ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି ।ଉଭୟ ଦ୍ୱିତୀୟ ଥର ପାଇଁ ନାୟକ- ନାୟିକା ଭାବେ ଏକାଠି ଆସିଛନ୍ତି ନଜର । ତେବେ ପ୍ରଥମ ଦିନ ଫିଲ୍ମଟି 3କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । କିନ୍ତୁ ବର୍ତ୍ତମାନ ଫିଲ୍ମ ‘ୱାର’ ନିଜ ସଫଳତା ଜାରି ରଖିଥିବାରୁ ଏହି ଫିଲ୍ମକୁ କଡା ଟକ୍କରର ସାମ୍ନା କରିବାକୁ ପଡିପାରେ |
ଫିଲ୍ମ କଥା କହିବା ତ, ଆଦିତି ଓ ନିରେନଙ୍କ ପ୍ରେମକାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଅଛି । ଏମାନଙ୍କ ଲଭଷ୍ଟୋରୀରେ ସେତେବେଳେ ଟ୍ୱିଷ୍ଟ ଆସେ, ଯେତେବେଳେ ଆଦିତି ଓ ନିରେନଙ୍କ ଜୀବନରେ ଆସେ ତାଙ୍କ ଝିଅ ଆୟେସା । ଆୟେସା ଏକ ନିଆରା ରୋଗରେ ପିଡିତ ଥାଏ । ଆଉ ନିଜ ଝିଅକୁ ବଂଚାଇବା ପାଇଁ ଆଦିତି ଓ ନିରେନ୍ ଅନେକ ସଂଘର୍ଷ କରନ୍ତି । ସେମାନେ ରୋଗକୁ ଭଲ କରିବା ପାଇଁ ଲଣ୍ଡନ ଯାଆନ୍ତି ।ଫିଲ୍ମଟିର କାହାଣୀ ଦିଲ୍ଲୀ ଆଉ ଲଣ୍ଡନ ଭିତରେ ରହିଅଛି । ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ । ଫିଲ୍ମରେ ଆଦିତି ଓ ନିରେନ୍ ଚରିତ୍ରରେ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଦେଖିବାକୁ ମିଳିଛି ।


ସେୟାର କରନ୍ତୁ