ମା ହେବାକୁ ନେଇ ଗୁଜବ ଉପରେ ରଖିଲେ ଏମିତି ମତ,ଦୀପିକା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ କୁଇନ ଦୀପିକା ପାଦୁକୋନ୍‌ ବଲିଉଡ୍‌ ଅଭିନୟ କ୍ଷେତ୍ରରେ ଚର୍ଚ୍ଚିତ ଚେହେରା । ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚା ଶୁଣିବାକୁ ମିଳିଥାଏ । ସେ ନିକଟରେ ସିନେମା ‘ଛପାକ’ର ସୁଟିଂ ସାରିଛନ୍ତି, ଯାହାର ନିର୍ଦ୍ଦେଶନାରେ ଅଛନ୍ତି ମେଘନା ଗୁଲଜାର । ସେ ଏବେ ନିଜର ଦ୍ୱିତୀୟ ସିନେମା ‘83’କୁ ନେଇ ବ୍ୟସ୍ତରେ ଅଛନ୍ତି । ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଗୁଜବ ଉଠିଛି । ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ନିକଟ ଅତୀତରେ ବିବାହ କରି ଅଛନ୍ତି । ଦୀପିକା ଅନ୍ତସତ୍ତ୍ୱା ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏ ପ୍ରସଙ୍ଗରେ ଦୀପିକାଙ୍କୁ ପ୍ରଶ୍ନ ପଚରାଗଲେ, ସେ ସବୁବେଳେ ଏହାକୁ ଅଣଦେଖା କରି ମଜାରେ ଉଡାଇ ଦିଅନ୍ତି । ଚଳିତ ଥର ସେ ଏହାକୁ ନେଇ ନିଜ ମତ ଉପସ୍ଥାପନ କରିଛନ୍ତି ।
ଦୀପିକା ମା’ ହେବାକୁ ନେଇ ନିଜ ମତରେ କହିଛନ୍ତି, ରଣବୀର ଓ ମୁଁ ପିଲାମାନଙ୍କୁ ବହୁତ ଭଲ ପାଉ। କିନ୍ତୁ ଏବେ ଆମେ ଉଭୟ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛୁ । ସନ୍ତାନ ସନ୍ତନ୍ତି ପାଇଁ ଏବେ ଆହୁରି ସମୟ ବାକି ଅଛି। ତେଣୁ ଅଯଥାରେ ସୋସିଆଲ ମିଡିଆରେ ଯେଉଁ ଗୁଜବ ଉଠୁଛି, ସେସବୁକୁ ବିଶ୍ୱାସ କରନ୍ତୁ ନାହିଁ।


ସେୟାର କରନ୍ତୁ