ଟେଷ୍ଟ କ୍ରିକେଟରେ 5ଲକ୍ଷ ରନ କରିବାରେ ପ୍ରଥମ ଟିମ ବନିଲା ଇଂଲଣ୍ଡ

ଖେଳ
ସେୟାର କରନ୍ତୁ

ଜୋହାନିସବର୍ଗ : ଇଂଲଣ୍ଡ ଟେଷ୍ଟ ଟିମ ଟେଷ୍ଟରେ 500,000 ରନ କରିବାରେ ଦୁନିଆର ପ୍ରଥମ ଟିମ ହୋଇପାରିଛି । ଇଂଲଣ୍ଡ ଜୋହାନିସବର୍ଗର ୱାଡ଼ରର୍ସ ଷ୍ଟାଡ଼ିୟମରେ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳା ଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଅଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ ମ୍ୟାଚରେ ଜାଇକାରୀ ଏହି କୀର୍ତ୍ତିମାନ ନିଜ ନାମରେ କରିଅଛି ।

ତେବେ ଅଷ୍ଟ୍ରେଲିଆ 830 ଟେଷ୍ଟ ମ୍ୟାଚରେ 432,706 ରନ ସାଥିରେ ଦ୍ୱିତୀୟ ଏବଂ ଭାରତ 540 ଟେଷ୍ଟ ମ୍ୟାଚରେ 273,518 ରନ ସାଥିରେ ତୃତୀୟ ନମ୍ବରରେ ଅଛନ୍ତି । ୱେଷ୍ଟଇଣ୍ଡିଜ 545 ଟେଷ୍ଟ ମ୍ୟାଚରେ 270,441 ରନ ସାଥିରେ ଚତୁର୍ଥ ନମ୍ବରରେ ଅଛି ।

ଭାରତ ବିଦେଶ ମାଟିରେ ଏପର୍ଯ୍ୟନ୍ତ 268 ଟେଷ୍ଟ ମ୍ୟାଚ ଖେଳିଅଛି,ଯେଉଁଥିରେ ସେ 51ଜିତି ଅଛି,113 ହରି ଅଛି ଏବଂ 104ଟି ଡ୍ର ରହିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଜୋହାନିସବର୍ଗର ୱାଡ଼ରର୍ସ ଷ୍ଟାଡ଼ିୟମରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ବେନ ଷ୍ଟ୍ରୋକସ ନିଜର ମନ୍ଦ ବ୍ୟବହାର କାରଣ ପାଇଁ ଚର୍ଚାରେ ଆସିଥିଲେ ।

ବେନ ଷ୍ଟ୍ରୋକସ ଜଣେ ଫ୍ୟାନ୍ସ ପାଇଁ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ । ତାଙ୍କର ଏହି ଅଭଦ୍ର ଭାଷାର କଥାକୁ ପ୍ରସାରଣକର୍ତ୍ତା ରେକର୍ଡ କରିନେଇଥିଲେ ଏବଂ ସେମାନେ ପରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଷ୍ଟ୍ରୋକସ ନିଜର ପାରିରେ କେବଳ ଦୁଇ ରନ କରି ଆଉଟ ହୋଇଯାଇଥିଲେ ।

ଷ୍ଟ୍ରୋକସ ପରେ ନିଜର ଏହି ବର୍ତ୍ତଳ ପାଇଁ ସୋସିଆଲ ମିଡିଆରେ କ୍ଷମା ମାଗି ନେଇଥିଲେ । ଷ୍ଟ୍ରୋକସ ଟୁଇଟର ଉପରେ ଲେଖିଲେ,ମୁଁ ଆଉଟ ହେବା ପରେ ଯେପରି ଭାଷାର ପ୍ରୟୋଗ କଲି,ତାକୁ ଲାଇବ ବ୍ରାଣ୍ଡକାଷ୍ଟରେ ସମସ୍ତେ ଶୁଣିଲେ । ମୁଁ ନିଜର ଏହି ଭାଷା ପାଇଁ କ୍ଷମା ମାଗୁଛି । ଯେବେ ମୁଁ ଆଉଟ ହୋଇ କରି ପାବିଲିୟନକୁ ଯାଉଥିଲି ତେବେ ଦର୍ଶକ ମାନଙ୍କ ପକ୍ଷରୁ ମୋତେ ଲଗାତାର ଅଭଦ୍ର ଭାଷା ସହିତ ନିଶାନ ବନା ଯାଉଥିଲା ।


ସେୟାର କରନ୍ତୁ