ଅଜୟ ଦେବଗନଙ୍କ ତାନାଜୀ 200 କରୋଡ଼ କ୍ଲବରେ ସାମିଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଚାଲୁଛି । ଏହି ମୁବିଟି ଦର୍ଶକ ମାନଙ୍କୁ ଖୁବ ମନୋରଂଜନ କରୁଅଛି । ଏହି ଫିଲ୍ମ 200 କରୋଡ଼ କ୍ଲବରେ ପ୍ରବେଶ କରିସାରିଛି । ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଏହାର ଜାନକାରୀ ଦେଇଛନ୍ତି ।

ତରଣ ଆଦର୍ଶଙ୍କ ମୁତାବକ, ତାନାଜୀ 200 କରୋଡ଼ କ୍ଲବରେ ପ୍ରବେଶ କରି ସାରିଅଛି । ଫିଲ୍ମଟି ଶୁକ୍ରବାର 24 ଜାନୁୟାରୀରେ 5.38 କରୋଡ଼ର ବିଜନେସ କରିଅଛି । ଏହି ହିସାବରେ ଫିଲ୍ମର ମୋଟ କଲେକ୍ସନ 202.83 କରୋଡ଼ ହୋଇଯାଇଛି । ତୃତୀୟ ସପ୍ତାହରେ ମଧ୍ୟ ତାନାଜୀ ଭଲ ପ୍ରଦର୍ଶନ କରୁଅଛି । ଏହା ସାଥିରେ ଏହି ଫିଲ୍ମ 200 କରୋଡ଼ କ୍ଲବରେ ଏଣ୍ଟ୍ରି କରିବା ଵାଲା 2020ର ପ୍ରଥମ ଫିଲ୍ମ ବନିଯାଇଛି ।

କହିବାତ ଶୁକ୍ରବାରରେ କଙ୍ଗନା ରନୱାତଙ୍କ ଫିଲ୍ମ ‘ପଙ୍ଗା’ ଏବଂ ବରୁଣ ଧାୱନଙ୍କ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନସର’ 3ଡ଼ି ରିଲଜ ହୋଇଛି । କିନ୍ତୁ ତାନାଜୀ କମାଇ ଉପରେ ସେମିତି କିଛି ଖାସ ଅସର ପଡ଼ିନାହିଁ । ‘ପଙ୍ଗା’ ପ୍ରଥମ ଦିନ 2.70 କରୋଡ ଏବଂ ‘ଷ୍ଟ୍ରିଟ ଡ୍ୟାନସର’ 3ଡ଼ି 10.26 କରୋଡର ଆୟ କରିଅଛି ।

ଫିଲ୍ମରେ ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମକୁ ଓମ ରାଓତ ଡାଇରେକ୍ଟ କରିଛନ୍ତି । ଫିଲ୍ମରେ ଅଜୟ ଦେବଗନ ତାନାଜୀ ମାଲୁସରେ ଭୂମିକାରେ ଅଛନ୍ତି । କାଜୋଲ ତାଙ୍କର ପତ୍ନୀ ସାବିତ୍ରୀ ବାଇ ମାଲୁସରେ ଏବଂ ସୈଫ ଅଲ୍ଲୀ ଖାନ ନେଗେଟିବ ରୋଲ ଉଦୟଭାନ ରାଥୋଡ ଭୂମିକାରେ ଅଛନ୍ତି । ଫିଲ୍ମର କାହାଣୀ ବ୍ୟତୀତ ତିନୋ ଆକ୍ଟରଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁଅଛି । ଏହି ମୁବିକୁ ମହାରାଷ୍ଟ୍ରରେ ଟାକ୍ସ ଫ୍ରି କରାଯାଇଅଛି ।


ସେୟାର କରନ୍ତୁ