ଅବଦୁଲ କାଲାମଙ୍କ ବାୟୋପିକରେ ନଜର ଆସିବେ ପରେଶ ରାୱଲ,ଟୁଇଟ କରି ଦେଲେ ସୂଚନା

Truthink
ସେୟାର କରନ୍ତୁ

ମୁମ୍ବାଇ : କିଛି ଦିନ ପୂର୍ବରୁ ଚର୍ଚା ଥିଲା କି ପରେଶ ରାୱଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ପିଏମଙ୍କ ଭୂମିକା ନିଭାଇବାର ନଜର ଆସିବେ,କିନ୍ତୁ ଫିଲ୍ମକୁ ନେଇ କରି ଏପର୍ଯ୍ୟନ୍ତ କୌଣସି ଖାସ ଜାନକାରୀ ଆସିନାହିଁ । ଏହା ଭିତରେ ଏବେ ପରେଶ ଦେଶର ଆଉ ଜଣେ ମହାନ ହସ୍ତୀ ପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକରେ କାମ କରିବାର ସୂଚନା ଦେଇଛନ୍ତି ।

ପରେଶ ରାୱଲ ଟୁଇଟର ଉପରେ କହିଲେ କି,ସେ ଅବଦୁଲ କଲାମଙ୍କ ବାୟୋପିକରେ କାମ କରିବା ପାଇଁ ଯାଉଛନ୍ତି । ସେ କଲାମ୍‌ଙ୍କର ଏକ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ମୋ ମତରେ ସେ ସନ୍ଥ କଲାମ ଥିଲେ। ମୁଁ ବହୁତ ଭାଗ୍ୟଶାଳୀ ଯେ ମୋତେ କଲାମ୍‌ ସାହେବଙ୍କ ବାୟୋପିକ୍‌ରେ ତାଙ୍କରି ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛି ।’ ତାଙ୍କର ଏହି ଟ୍ୱିଟ ଅବଦୁଲ କଲାମଙ୍କ ବାୟୋପିକର ସୂଚନା ଦେଇଛି ।

ଏହା ପୂର୍ବରୁ ପରେଶ ରାୱଲ୍ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାଙ୍କ ଫିଲ୍ମ ଆସିବା ପୂର୍ବରୁ ହିଁ ବିବେକ୍‌ ଓବରୟଙ୍କ ଅଭିନୀତ ‘ପିଏମ୍‌ ନରେନ୍ଦ୍ର ମୋଦି’ ପରଦାକୁ ଆସିଯାଇଥିଲା । ତେଣୁ ତାଙ୍କ ଫିଲ୍ମ ବନ୍ଦ ହୋଇଯାଇଥିଲା । ପରେଶ ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି ।

ତେବେ ପରେଶଙ୍କ ଅପକମିଙ୍ଗ ଫିଲ୍ମ ‘ହଙ୍ଗାମା 2’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଅଛି । ଏହି ଫିଲ୍ମଟି ହେଉଛି 2003ରେ ଆସିଥିବା କମେଡି ଫିଲ୍ମ ‘ହଙ୍ଗାମା’ର ସିକ୍ୱେଲ୍ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଶିଳ୍ପା ଶେଟ୍ଟୀ, ମିଜାନ୍‌ ଜାଫ୍ରି ଓ ପ୍ରଣୀତା ସୁଭାଷ ମୂଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

କହିବାତ ପରେଶ ରାୱଲ ପୂର୍ବରୁ ‘ମେଡ଼ ଇନ ଚାଇନା’ରେ ନଜର ଆସିଥିଲେ । ଏହା ବ୍ୟତୀତ ଫିଲ୍ମ ‘ସଂଜୁ’ରେ ମଧ୍ୟ ନଜର ଆସିଥିଲେ । ସେ ରଣବୀର କପୁରଙ୍କ ବାପାଙ୍କ ରୋଲରେ ଥିଲେ । ଏମିତି ସେ ଅନେକ ଫିଲ୍ମରେ ଭିର୍ନ ଭିର୍ନ ଚରିତ୍ରରେ ଅବତୀର୍ଣ ହୋଇ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇଛନ୍ତି ।


ସେୟାର କରନ୍ତୁ