ତ୍ଵଚାରେ ଲଗାନ୍ତୁ ଦେଶୀ ଘିଅ ମିଳିବ ଅନେକ ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ତ୍ୱଚାକୁ ସୁନ୍ଦର କରିବାକୁ କିଏ ବା ନ ଚାହେଁ । ତ୍ୱଚାର ସୁନ୍ଦରତା ପାଇଁ ସଭିଏଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି । ମାତ୍ର ବହୁ ଦାମୀ କ୍ରିମ ଓ ଅନ୍ୟାନ୍ୟ ଜିନିଷ ବ୍ୟତୀତ ଏକ ସରଳ ଉପାୟରେ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରି ହେବ ।

ତେବେ ଦେଶୀ ଘିଅ ବ୍ୟବହାର ଦ୍ୱାରା ଆମେ ଅନେକ ତ୍ୱଚା ଜନିତ ସମସ୍ୟା ରୁ ଆମକୁ ନିସ୍ତାର ମିଳିଥାଏ । ଘିଅର ବ୍ୟବହାର କିପରି କଲେ ଏହା ଆମ ପାଇଁ ଲାଭଦାୟକ ହେବ ତାହା ହୁଏତ ସଭିଏଁ ଜାଣି ନଥିବେ । ବିଶେଷ କରି ଥଣ୍ଡା ଦିନରେ ମୁହଁରେ ଘିଅ ଲଗାଇଲେ ଏହାର ମୁହଁର ବିଭିନ୍ନ ସମସ୍ୟା ଦୂର କରିଥାଏ । ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ….

ଆଖି ତଳର କଳା ଦାଗ ଦୂର କରିବା ପାଇଁ ସପ୍ତାହକୁ 3 ରୁ 4 ଥର ଏକ ବୁନ୍ଦା ଘିଅ ଭଲ ଭାବେ ମାଲିସ କରି ଦିଅନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ସଂପୂର୍ଣ୍ଣ ଦୂର ହୋଇଥାଏ ।

ଓଠର କଳାପଣ ଦୂର କରିବା ପାଇଁ ଓ ଓଠକୁ ନରମ କରିବା ପାଇଁ ନିୟମିତ ଘିଅର ବ୍ୟବହାର କରନ୍ତୁ । ରାତିରେ ଶୋଇବା ସମୟରେ ଘିଅକୁ ଓଠରେ ମାଲିସ କରି ଶୁଅନ୍ତୁ ।

ତଡ଼କା ହେଉ ଅଥବା ଡ଼ାଲିକୁ ଘିଅରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ଅଧିକ ବୟସ ହେଲେ ମଧ୍ୟ କମ ବୟସର ଭଳି ଜଣାପଡ଼ିବେ। ଏଥିରେ ଭିଟାମିନ ଇ ଥିବାରୁ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ ।

ବହୁ ଲୋକଙ୍କର ମୁହଁ ଶୁଷ୍କ ଅଟେ । ଅଳ୍ପ କିଛି ଘିଅକୁ ନେଇ ମୁହଁରେ ଭଲ ଭାବେ ମାଲିସ କରନ୍ତୁ । ଏହା ଦ୍ୱାରା ମୁହଁର ଶୁଷ୍କପଣ ଦୂର ହୋଇଥାଏ । ମୁହଁ ଉଜ୍ୱଳ ଓ କୋମଳ ହୋଇଥାଏ ।


ସେୟାର କରନ୍ତୁ