ଲାଉରେ ରହିଛି ଅନେକ ଗୁଣ, ଜାଣନ୍ତୁ ଏହି ପରିବା ଖାଇଲେ କଣ ହୁଏ ଲାଭ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆମେ ପ୍ରତେକ ଦିନ ସବୁଜ ପନିପରିବା ଖାଇଥାଉ । ସବୁଜ ପରିବା ମଣିଷ ଶରୀର ପାଇଁ ସବୁଠାରୁ ଭଲ ଖାଦ୍ୟ ଅଟେ । ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ । ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ ହେଉଛି ଅନ୍ୟତମ । ଲାଉରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ।

ଲାଉ ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ । ଏହା ହୃଦ୍‌ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ । ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ଯେଉଁ କାରଣରୁ ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ ଖାଇବା ଦରକାର ।

ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ । ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ସମାନ ହୋଇଥାଏ । କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ କମ୍‌ ହୋଇଥାଏ ।

ଏଥିରେ ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ । ଏହାକୁ ଆପଣ ଓଜନ ହ୍ରାସ ଡଏଟ୍‌ରେ ମଧ୍ୟ ସାମିଲ୍‌ କରିପାରିବେ। ଲାଉ ଜୁସ୍‌ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ସେଥିପାଇଁ ଆପଣ ପ୍ରତିଦିନ ସକାଳୁ 1 ଗ୍ଲାସ୍ ଲାଉ ଜୁସ୍‌ ପିଇପାରିବେ ।

ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ ଖାଇବା ଅଭ୍ୟାସ କରନ୍ତୁ । ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍‌ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ ।


ସେୟାର କରନ୍ତୁ