କେଉଁ କାରଣ ପାଇଁ ଏଥର ବର୍ଥଡେ ସେଲିବ୍ରେଶନ କରିବେ ନାହିଁ ସଲମାନ, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ଭାଇଜାନ ତଥା ଦବଙ୍ଗ ଷ୍ଟାର ସଲମାନ ଖାନଙ୍କର ଜନ୍ମଦିନ ଆସନ୍ତା 27ତାରିଖରେ ନିଜର 54 ତମ ଜନ୍ମଦିନ ପାଳନ କରିଥାନ୍ତେ । ପ୍ରତିବର୍ଷ ସଲମାନ ତାଙ୍କ ଫାର୍ମ ହାଉସରେ ପ୍ରତିବର୍ଷ ଖୁବ୍ ଧୁମ ଧାମରେ ନିଜର ଜନ୍ମଦିନକୁ ସେଲିବ୍ରେସନ କରିଥାନ୍ତି । ସଲମାନଙ୍କ ବର୍ଥଡେ ସେଲିବ୍ରେଶନର ଫଟୋ ଗୁଡିକ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥାଏ ।

ସୋସିଆଲ ମିଡିଆ ମାଧ୍ୟମରେ ହିଁ ତାଙ୍କ ପ୍ରଂଶସଙ୍କମାନେ ବର୍ଥଡେ ସେଲିବ୍ରେଶନ ବିଷୟରେ ଜାଣିପାରିଥାନ୍ତି । ସଲମାନ ଖାନ ଉଭୟ ବଡ ପରଦା ଓ ଛୋଟ ପରଦା ଉପରେ ନିଜର ଦବଦବା ରଖିଥାନ୍ତି । ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି । ସଲମାନଙ୍କର ଇନଷ୍ଟାଗ୍ରାମ, ଟୁଇଟର ହେଉ ଅବା ଫେସବୁକ୍ ଏ ସବୁଥିରେ ଫ୍ୟାନ୍ସ ଫଲୋଅର ସଂଖ୍ୟା ଅଧିକ ରହିଥାଏ ।

ସୂଚନା ମୁତାବକ, ସଲମାନ ନିଜର ବର୍ଥଡେ ସେଲିବ୍ରେଶନ ଏଥର ତାଙ୍କ ଫାର୍ମ ହାଉସରେ ପାଳନ କରିପାରିବେ ନାହିଁ, କାରଣ ହେଉଛି ତାଙ୍କ ଭଉଣୀ ଅର୍ପିତା । ତାଙ୍କ ଭଉଣୀ ଅର୍ପିତା ଗର୍ଭବତୀ ଥିବାରୁ ସଲମାନ ତାଙ୍କ ବର୍ଥଡେ ସେଲିବ୍ରେଶନ କରିବେ ନାହିଁ ବୋଲି କହିଛନ୍ତି । ଅସଲ କଥା ଏଇଆ କି ସଲମାନ ପ୍ରକୃତରେ ଏଭଳି ସମୟରେ କିଛି ସମୟ ତାଙ୍କ ଭଉଣୀଙ୍କ ସହ ବିତାଇବାକୁ ଚାହାନ୍ତି । ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବାର ଜଣାପଡିଛି ।

ସୂଚନା ମୁତାବକ, ଅର୍ପିତାଙ୍କର 27 ତାରିଖରେ ସିଜରିଆନ୍ ମାଧ୍ୟମରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ରହିଛି । ଏହା ପରେ ମାମୁଁ ସଲମାନଙ୍କ ସହ ଭଣଜା ଗୋଟିଏ ଦିନରେ ମିଶି ଜନ୍ମଦିନ ପାଳନ କରିବେ ବୋଲି ଅର୍ପିତା କହିଛନ୍ତି ।


ସେୟାର କରନ୍ତୁ