କେଉଁ ଅଭିନେତ୍ରୀ ଅଜୟଙ୍କ ସହ କାମ କରିବାକୁ ମନା କଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ କୁଇନ ପରିଣୀତି ଚୋପ୍ରା ସୁପରଷ୍ଟାର ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କରିଛନ୍ତି । ପରିଣୀତିଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ସିନେମା ହେଲା ‘ଗୋଲମାଲ ଏଗେନ୍’ । ଏହି ସିନେମାରେ ତାଙ୍କର ନାୟକ ସାଜିଥିଲେ ଅଜୟ ଦେବଗନ । ଏମିତି କଣ ହେଲା ଯେ ପରିଣୀତି ଏହି ବଲିଉଡ୍ ସୁପରଷ୍ଟାରଙ୍କ ସହ ନୂଆ ସିନେମାରେ କାମ କରିବା ପାଇଁ ଅରାଜି ହେଲେ ।

ଅଜୟଙ୍କ ସହ ପରିଣୀତି ଚୋପ୍ରା ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ କାମ କରିବାର ଥିଲା । କିନ୍ତୁ ଏବେ ପରିଣୀତି ସେହି ସିନେମାଟିକୁ ଛାଡ଼ି ଦେଇଛନ୍ତି । ଏହି ସିନେମାରେ ମଧ୍ୟ ସଂଜୟ ଦତ୍ତ ଏବଂ ସୋନାକ୍ଷୀ ସିହ୍ନା ବି ନଜର ଆସିବେ ।

ଏହାର କାରଣ ସଂପର୍କରେ ଅନୁସନ୍ଧାନ ପରେ ଜଣାପଡିଛି ଯେ, ପରିଣୀତି ଚୋପ୍ରା ସାଇନା ନେହୱାଲଙ୍କ ବାୟୋପିକରେ ଖୁବ ବ୍ୟସ୍ତ ଅଛନ୍ତି । ଏବେ ଏହି ସିନେମା ପାଇଁ ପରିଣୀତି ମଧ୍ୟ ଖୁବ ପରିଶ୍ରମ କରୁଛନ୍ତି । କିଛି ଦିନତଳେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ପରିଣୀତି ଚୋପ୍ରାଙ୍କୁ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ନେବେ ବୋଲି ଠିକ୍ କରିଥିଲେ ।

ଏହି ସିନେମା ପରେ ମଧ୍ୟ ପରିଣୀତି ହଲିଉଡ ମୁଭି ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ରିମେକରେ କାମ କରିବାର ଯୋଜନା ରହିଛି । ଏଣୁ ସେ ଅଜୟ ଦେବଗନଙ୍କ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରୁ ଓହରି ଆସିଥିବା କୁହାଯାଉଛି ।


ସେୟାର କରନ୍ତୁ