ଜାହ୍ନବୀ କପୁରଙ୍କ ହରର ଫିଲ୍ମ ‘ରୋହି’ ପ୍ରଥମ ଦିନ କମାଇଲା କେତେ କୋଟି, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଜାହ୍ନବୀ କପୁର, ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ‘ରୋହି’ ଫିଲ୍ମ 11 ମାର୍ଚ୍ଚରେ ସାରା ଦେଶର ସିନେମା ଘରେ ରିଲିଜ ହୋଇଯାଇଛି । କରୋନାଭାଇରସ୍ ମହାମାରୀ ମଧ୍ୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରୋହି’ର ପ୍ରଥମ ଦିନର ବକ୍ସ ଅଫିସ୍ କନେକ୍ସନ ସାମ୍ନାକୁ ଆସିଅଛି । ‘ରୋହି’ର ନିର୍ଦ୍ଦେଶନା ଦେଇଛନ୍ତି ହାର୍ଦ୍ଦିକ ମେହେଟ୍ଟା ଏବଂ ଫିଲ୍ମର ବଜେଟକୁ ପ୍ରାୟ 30 କୋଟି ଟଙ୍କା ହେବ ବୋଲି ଜଣାଯାଉଛି । ଏଭଳି ପରିସ୍ଥିତିରେ ‘ରୋହି’ ବକ୍ସ ଅଫିସରେ ଧିମା ଆରମ୍ଭ କରିଛି ଏବଂ ଫିଲ୍ମଟି ‘ମହାଶିବରାତ୍ରୀ’ ଛୁଟିଦିନରୁ ଅଧିକ କିଛି ଲାଭ ପାଇପାରି ନାହିଁ ।

ରୋହିର ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ ଫିଲ୍ମ ଟ୍ରେଣ୍ଡ ଏକ୍ସପର୍ଟ ତରନ୍ ଆଦର୍ଶ ଟ୍ୱିଟ୍ କରି କହିଛନ୍ତି ଯେ ରୋହି ପ୍ରଥମ ଦିନରେ ବକ୍ସ ଅଫିସରେ ସରପ୍ରାଇଜ ଦେଇଅଛି, କୋଭିଡ ମହାମାରୀ ସତ୍ୱେ ମହାଶିବରାତ୍ରୀ ଛୁଟିର ଫାଇଦା ମିଳିଛି । ଏହି ଫିଲ୍ମ ଦେଶ ମଲ୍ଟିପ୍ଲେକ୍ସସରୁ 1.89 କୋଟି ଟଙ୍କା ଆୟ କରିଥିବାବେଳେ ଟିୟର 2 ସହରରେ ମଧ୍ୟ ଦର୍ଶକ ବହୁ ସଂଖ୍ୟାରେ ପହଞ୍ଚିଛନ୍ତି । ଗୁରୁବାର ଦିନ ଏହି ଫିଲ୍ମ ମୋଟ 3.06 କୋଟି ଆୟ କରିଛି । କୋଭିଡ୍ -19 ମହାମାରୀ ମଧ୍ୟରେ ତରନ୍ ଆଦର୍ଶ ଏହାକୁ ଏକ ଭଲ କଲେକ୍ସନ ବୋଲି ବର୍ଣ୍ଣନା କରିଛନ୍ତି ।

କହିବାକି ହରର-କମେଡି ଫିଲ୍ମ ‘ରୋହି’ ‘ସ୍ତ୍ରୀ’ ଫିଲ୍ମ ୟୁନିବର୍ଷର ଏକ ଅଂଶ ଅଟେ, ଯେଉଁଥିରେ ରାଜକୁମାର ରାଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା ​​। ଏବେ ଏହି ସିରିଜର ଦ୍ୱିତୀୟ ଫିଲ୍ମରେ ଜାନଭୀ କପୁର ଏବଂ ରାଜକୁମାର ରାଓଙ୍କୁ ଏକାଠି ଦେଖିବାକୁ ମିଳିଛି ।


ସେୟାର କରନ୍ତୁ