ରଣବୀରଙ୍କ ପରିବର୍ତ୍ତେ ପ୍ରଭାସ ଏହି ଫିଲ୍ମରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସୁପରଷ୍ଟାର ପ୍ରଭାସ ଏକ ଫିଲ୍ମରେ ରଣବୀର କପୁରଙ୍କୁ ରିପ୍ଲେସ କରି ଦେଇଛନ୍ତି । ‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ବାଙ୍ଗା ‘ଡେଭିଲ’ ଶୀର୍ଷକ ଥିବା ଫିଲ୍ମ ନିର୍ମାଣ କରୁଛନ୍ତି । ପ୍ରଭାସ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ବାହୁବଳୀ ଫିଲ୍ମ ଫ୍ରେମ ପ୍ରଭାସ ଏବେ ବଲିଉଡ୍ ନିର୍ଦେଶକ ଏବଂ ନିର୍ମାତା ମାନଙ୍କର ପ୍ରଥମ ପସନ୍ଦ ଵନିଯାଇଛନ୍ତି । ପ୍ରଭାସଙ୍କ ପୂର୍ବରୁ ଏହି ଫିଲ୍ମର ଅଫର ଅଭିନେତା ରଣବୀର କପୁରଙ୍କୁ ମିଳିଥିଲା । କିନ୍ତୁ ଏବେ ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଏହି ଫିଲ୍ମ ପ୍ରଥମେ ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ଅଫର ହୋଇଥିଲା । କିନ୍ତୁ କାହାଣୀଟି ତାଙ୍କ ପ୍ରଶଂସକ ମାନଙ୍କୁ ପସନ୍ଦ ଆସିବ ନାହିଁ ବୋଲି କହି ମହେଶ ବାବୁ ଏ ସିନେମାଟିକୁ କରିବାକୁ ମନା କରି ଦେଇଥିଲେ । ଯାହା ଫଳରେ ସନ୍ଦୀପ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଏ ଫିଲ୍ମର ଅଫର ଦେଇଥିଲେ ।

ରଣବୀର ହିଁ ଫିଲ୍ମ ‘ଡେଭିଲ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ପୁଣି ଫିଲ୍ମର ମୁଖ୍ୟ ଆକ୍ଟର ବଦଳିଛନ୍ତି । ରଣବୀର କପୁରଙ୍କ ପରିବର୍ତ୍ତେ ଏବେ ପୁଣି ଦକ୍ଷିଣ ଭାରତ ସୁପରଷ୍ଟାର ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି ।


ସେୟାର କରନ୍ତୁ