ଜାଣିଛନ୍ତି କି ଟମାଟୋ ସୁପ୍ ର ଔଷଧୀୟ ଗୁଣ ଆଜି ହିଁ ପିଅନ୍ତୁ

Truthink
ସେୟାର କରନ୍ତୁ

ଶୀତ ଦିନ ଆସିବା ମାତ୍ରେ ହିଁ ଟମାଟୋ ସୁପ୍ ର ଚାହିଦା ବଢିଯାଏ । ଟମାଟୋ ସୁପ୍ ରେ ପ୍ରଚୁର ପରିମାଣର ଭିଟାମିନ୍ ଓ କ୍ୟାଲସିୟମ୍ ଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ହୋଇଥାଏ ।

ଟମାଟୋ ସୁପ୍ ଯେ କେବଳ ସ୍ୱାଦିଷ୍ଟ ତାହା ନୁହେଁ ଏହା ଆମ ଶରୀରର ଅନେକ ଉପକାର ମଧ୍ୟ କରିଥାଏ । ଟମାଟୋ ସୁପ୍ରେ ମୁଖ୍ୟତଃ ଭିଟାମିନ୍ ଏ, ଇ, ସି ସହିତ ଅନେକ ଅତିଆବଶ୍ୟକ ପୋଷକ ତତ୍ୱ ଭରି ରହିଥାଏ ।

ବ୍ଳଡ୍-ସରକ୍ୟୁଲେସନ ରେ ସୁଧାର ଆଣେ
ଟମାଟୋ ସୁପ୍ ରେ ସେଲେନିୟମ ରହିଥାଏ ଯାହା ଆମ ଶରୀରରେ ବ୍ଳଡ୍-ସରକ୍ୟୁଲେସନ କୁ ଠିକ୍ କରିବା ସହିତ ଏନିମିଆ କୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

ଓଜନ କମାଇବାରେ ସହାୟକ
ଓଜନ କମାଇବା ଡାଇଟ୍ ରେ ଟମାଟୋ ସବୁଠାରୁ ଆଗରେ ରହିଥାଏ । ଟମାଟୋ ସୁପ୍ ରେ ଫାଇବର ଓ ଜଳ ଭରପୁର ହୋଇ ରହିଥିବାରୁ, ଏହା ସେବନ କରିବା ଦ୍ୱାରା ଭୋକ କମ୍ ଲାଗିଥାଏ ଯାହା ଦ୍ୱାରା ପରୋକ୍ଷରେ ଆମ ଶରୀରର ଓଜନ କମ୍ ହୋଇଥାଏ ।

ଡାଇବେଟିସ୍ ରେ ଉପକାରି
ଡାଇବେଟିସ୍ ବା ମଧୁମେହ ରୋଗୀ ଟମାଟୋ ସୁପ୍ ପିଇବା ଦ୍ୱାରା ତାଙ୍କ ଶରୀରର ବ୍ଳଡ୍-ସୁଗାର ରେଗୁଲେସନ ଠିକ୍ ଭାବରେ ହୋଇଥାଏ । ଟମାଟୋ ସୁପ୍ ରେ କ୍ରୋମିୟମ୍ ଥିବାରୁ ଏହା ବ୍ଳଡ୍-ସୁଗାର ରେଗୁଲେସନ ରେ ସାହାର୍ଯ୍ୟ କରିଥାଏ ।

କ୍ୟାନସରର ସମ୍ଭାବନା କମ୍ କରିଥାଏ
ଟମାଟୋ ସୁପ୍ରେ ଲାଇକୋପିନ୍ ଓ କେରୋଟିନାୟଡ୍ ରହିଥାଏ ଯାହା ପୁରୁଷ ଓ ମହିଳା ଉଭୟଙ୍କ କ୍ୟାନସର ରୋଗର ସମ୍ଭାବନାକୁ କମାଇଥାଏ ।


ସେୟାର କରନ୍ତୁ