ଆଗାମୀ ଫିଲ୍ମ ରାଧେ ପାଇଁ ସଲମାନ ଜାରିକଲେ ଅନେକ କଠୋର ନିୟମ

ସିନେମା
ସେୟାର କରନ୍ତୁ

ବଲିଉଡ଼ର ଭାଇଜାନ ସଲୁ୍ଭାଇ ସବୁବେଳେ ଥାନ୍ତି ଚର୍ଚାରେ ୲ ଆଉ ପୁଣି ଯେତେବେଳେ ନିଜର ଫିଲ୍ମକଥା ଆସେ ସେତେବେଳେ ସଲମାନ ହେଇଯାନ୍ତି ଆହୁରି ତତ୍ପର ୲ ଏଥର ଏଭଳି ପୁଣି ଥରେ କିଛି ନୁଆ ଦେଖିବାକୁ ମିଳିଛି ସଲମନଙ୍କ ପାଖରେ ୲ ଯେତେବେଳେ ନିଜର ଆଗାମୀ ଫିଲ୍ମ ରାଧେ ପାଇଁ ଭାଇଜାନ ରଖିଛନ୍ତି ଅନେକ ନିୟମ ୲

ସଲମନ ଖାଁ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ କୁ ନେଇ ଖୁବ୍ ଉତ୍ସାହିତ । ଏହି ଫିଲ୍ମକୁ ନେଇ ସଲମାନ୍ କିଛି ନିୟମ କରିଛନ୍ତି । ଯାହାକୁ ଫଲୋ କରି ଫିଲ୍ମର ସମସ୍ତ କ୍ରିଉ ମେମ୍ବର କାମ କରୁଛନ୍ତି । ପ୍ରକୃତରେ ସଲମାନ୍ ଖାଁ ଚାହୁଁଛନ୍ତି କି ଫିଲ୍ମ ରିଲିଜ୍ ହେବା ପୂର୍ବରୁ କୌଣସି ତଥ୍ୟ ବାହାରକୁ ନଯାଉ ।

ସେଥିପାଇଁ ସଲମାନ୍ କେବଳ ଗୋଟେ କି ଦୁଇଟି ନିୟମ କରି ନାହାନ୍ତି ବରଂ ୧୫ ଟି ନିୟମ କରିଛନ୍ତି । ଯେଉଁଥିରେ ଅଳିଆ ଆବର୍ଜନା ଚାରିଆଡେ ପକାଇବାରେ ପ୍ରତିବନ୍ଧକ, ଫଟୋ ଉଠାଇବାରେ ପ୍ରତିବନ୍ଧକ, ଅନ୍ୟ ଜଣଙ୍କ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରିବା ଉପରେ ପ୍ରତିବନ୍ଧକ , ସେଟ୍ ରେ ନିୟୁକମର୍ସଙ୍କୁ ସହାୟକ କରାଯିବ, ସେଟ୍ ରେ କାହାରି ମଜାକ୍ ଉଡା ଯିବ ନାହିଁ ଏବଂ କାମ କରିବା ପାଇଁ ସୁସ୍ଥ ବାତାବରଣ ଭଳି ନିୟମ ସାମିଲ ରହିଛି ।

ବାନ୍ଦ୍ରାର ମେହବୁବ୍ ଷ୍ଟୁଡିଓରେ ଏବେ ଏହି ଫିଲ୍ମର ସୁଟିଂ ଚାଲିଛି । ସେହି ସ୍ଥାନରେ ଏହି ନିୟମର ତାଲିକା ଲଗାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରଭୁଦେବା ରହିଛନ୍ତି ।


ସେୟାର କରନ୍ତୁ