କ୍ରିଷ୍ଟାଲ ଆୱାର୍ଡରେ ସମ୍ମାନିତ ହେଲେ ଦୀପିକା ପାଦୁକୋନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଓଡ଼ କୁଇନ ଦୀପିକା ପାଦୁକୋନ କ୍ରିଷ୍ଟାଲ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ମାନସିକ ସ୍ବାସ୍ଥ୍ୟ ସଚେତନତାର ପ୍ରସାର ଲାଗି ଏହି ଅନ୍ତର୍ଜାତୀୟ ପୁରସ୍କାର ମିଳିଅଛି । ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ୱାଲର୍ଡ ଇକୋନୋମିକ୍ ଫୋରମ୍ ପକ୍ଷରୁ 26ତମ ବାର୍ଷିକ କ୍ରିଷ୍ଟାଲ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି । ଦୀପିକା ପାଦୁକୋନ ଏକ ମାତ୍ର ଭାରତୀୟ ଅଭିନେତ୍ରୀଭାବେ ସେ ଏହି ସମ୍ମାନ ଅଧିକାରୀ ହୋଇଛନ୍ତି ।

ଏହି ପୁରସ୍କାରକୁ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ବିଶ୍ୱରେ ମାନସିକ ରୋଗରେ ପାଖାପାଖି 30 କୋଟିରୁ ଉର୍ଦ୍ଧ୍ୱ ଲୋକ ପୀଡ଼ିତ ଅଛନ୍ତି । ଡିପ୍ରେସନ୍ ବା ଅବସାଦ ବିଶ୍ୱରେ ମାନସିକ ବିକଳାଙ୍ଗତା ଏବଂ ମାନସିକ ସ୍ତରରେ ଖରାପ ସ୍ବାସ୍ଥ୍ୟର ମୁଖ୍ୟ କାରଣ ବୋଲି ଦୀପିକା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷର କ୍ରିଷ୍ଟାଲ ଆଓ୍ୱାର୍ଡ ପାଇଥିବା ଯୋଗୁଁ ସେ ଗର୍ବ ଅନୁଭବ କରୁଛନ୍ତି । କିନ୍ତୁ ଏହାର ଶ୍ରେୟକୁ ସେ ବିଶ୍ୱର ଲକ୍ଷ ଲକ୍ଷ ଚିନ୍ତା, ଅବସାଦ ଏବଂ ମାନସିକ ରୋଗଗ୍ରସ୍ତ ଲୋକମାନଙ୍କୁ ଦେବାକୁ ଚାହୁଁଛନ୍ତି ।

ଅଭିନେତ୍ରୀ ଦୀପିକା ପାଦୁକୋନ ଇତିମଧ୍ୟରେ 30ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କର ଅପକମିଙ୍ଗ ସିନେମା ‘ଛପାକ’ ଏବେ ରିଲିଜ୍ ଅପେକ୍ଷାରେ ରହିଛି । ମୁଭି ‘ଛପାକ୍’ରେ ଦୀପିକା ଜଣେ ଏସିଡ଼୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି । ତେବେ ଏହି ମୁବିଟି 10 ଜାନୁଆରୀ 2020ରେ ସିନେମା ଘର ଗୁଡିକରେ ରିଲିଜ୍ ହେବାକୁ ଯାଉଛି ।


ସେୟାର କରନ୍ତୁ