ସୋମବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଧନବାନ୍‌ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ଓ ବଳିଷ୍ଠ ହେବେ । ପ୍ରସନ୍ନତା ଲାଭ କରିବେ ।

ବୃଷ: ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ । ଶୁଭକାର୍ଯ୍ୟ ବର୍ଜନୀୟ। ମିତ୍ରମାନେ ଆଡ଼ ହୋଇଯାଇପାରନ୍ତି। ମିଠାକଥାରେ ଅନ୍ୟର ହୃଦୟ ଜିଣିବେ ।

ମିଥୁନ: ଯାତ୍ରାଦିରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କର୍କଟ: ନୂତନ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ର ସଫଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।

ସିଂହ: କାର୍ଯ୍ୟରେ ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ଭକ୍ତିଗାଥା ଶ୍ରବଣ କରିବେ।

କନ୍ୟା: ସହକର୍ମୀଙ୍କୁ ବିରୋଧ କରିପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଶୁଭକାର୍ଯ୍ୟ ବର୍ଜନ କରିବା ଉଚିତ୍‍। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ପ୍ରିୟଭାଷୀ ହେବେ । ବଳବାନ୍‍ ହୋଇପାରନ୍ତି। ସ୍ୱାଭିମାନୀ ହେବେ । ଜିତେନ୍ଦ୍ରିୟ ଓ ପରାକ୍ରମୀ ହେବେ ।

ତୁଳା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖକର ଘଟଣା ମାନ ଘଟିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ ।

ବିଛା: ନୂତନ ଅଭିଜ୍ଞତା ଓ ଜ୍ଞାନ ଲାଭ କରିବେ । ଶତ୍ରୁକୁ ପରାଜିତ କରିବେ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତ ବହୁଳ କାର୍ଯ୍ୟରେ ନିମଗ୍ନ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । କରଜ ସୁଝିବେ ।

ଧନୁ: ଗୃହ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ହଠାତ୍‍ କିଛି ଧନ ମିଳିବା ଆଶା କରାଯାଏ । ବିଭିନ୍ନ ଦିଗରୁ ଅର୍ଥାଗମ ହେବ ।

ମକର: ପରିବେଶ ଆନନ୍ଦଦାୟକ ହୋଇପାରେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ । ଅଶାନ୍ତି ଉପସମ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।

କୁମ୍ଭ: ଶତ୍ରୁମାନେ ମୁଣ୍ଡଟେକି ପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସମୃଦ୍ଧିର ମୂଳଦୁଆ ପଡ଼ିବ। ଯଶସ୍ୱୀ ହୋଇପାରନ୍ତି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ । ସ୍ଥିିରମନ, ଧୀର ବୁଦ୍ଧିରେ କାର୍ଯ୍ୟ କରିପାରନ୍ତି ।

ମୀନ: ନିଜ କାର୍ଯ୍ୟ ଆନନ୍ଦଦାୟକ ହେବ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନ ଚଞ୍ଚଳ ରହିବ । ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।


ସେୟାର କରନ୍ତୁ