ହସ୍ପିଟାଲରୁ ଘରକୁ ଫେରିଲେ ଲତା ମଙ୍ଗେସ୍କର,ହୃଦୟରୁ ଧନ୍ୟବାଦ ଦେଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସ୍ୱର ସାମ୍ରାଜ୍ଞୀ ତଥା କୋକିଳ କଣ୍ଠି ଲତା ମଙ୍ଗେସ୍କର ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଥିଲେ । ସେ ଘରକୁ ଫେରିଛନ୍ତି ବୋଲି ଲତା ତାଙ୍କ ଟ୍ୱିଟ କରିଛନ୍ତି । ଏଥିରେ ସେ ନିମୋନିଆରେ ପୀଡିତ ହୋଇ ଥିବାର କଥା ଉଲ୍ଲେଖ କରିଛନ୍ତି ।

ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ସେ ଦେବଦୂତ ବୋଲି ସମ୍ବୋଧନ କରି ଲେଖିଛନ୍ତି । ଏହା ଛଡା ତାଙ୍କ ସୁସ୍ଥତା କାମନା କରିଥିବା ଅଗଣିତ ସୁବେଶଛୁ ମାନଙ୍କୁ ମଧ୍ୟ ଲତା ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଲତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟ୍ ହୋଇ ଚିକିତ୍ସିତ ହେଉଥିଲେ ।

ସେ ଏହି ହସ୍ପିଟାଲରେ ଦୀର୍ଘ 28 ଦିନ ହେବ ରହି ଚିକିତ୍ସିତ ହେଉଥିଲେ । ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଲତା ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କର ଆଚାର ବ୍ୟବହାର ଖୁବ ଭଦ୍ର ବୋଲି ଲତା ତାଙ୍କ ଟ୍ୱିଟ୍ ପେଜ୍ ଉପରେ ଲେଖିଛନ୍ତି ।

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ସପ୍ତାହ ଠାରୁ ସୁଧାର ପରିଲଖିତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଲତା ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ହସ୍ପିଟାଲରେ ରୁହନ୍ତୁ ବୋଲି ପରିବାରର ଲୋକମାନେ ତାଙ୍କୁ ଘରକୁ ଆଣିବାକୁ ଚାହିଁ ନଥିଲେ ।

ଏଠାରେ ଲତା ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଥିଲେ । ବ୍ରିଚ୍ କ୍ୟାଣ୍ଡିର ସବୁଠାରୁ ଦକ୍ଷ ଡାକ୍ତରୀ ଟିମ୍ ଲତାଙ୍କ ଚିକିତ୍ସା ଦାୟିତ୍ୱ ସମ୍ଭାଳି ଥିଲେ । ଏବେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବା କଥା ଲତା କହିଛନ୍ତି ।


ସେୟାର କରନ୍ତୁ