କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜୱାନୀ’ର ପ୍ରଥମ ଗୀତ ‘ହସିନା ପାଗଲ ଦିୱାନୀ’ ହେଲା ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କିୟାରା ଆଡଭାନୀ ନିଜର ଆଗାମୀ ଫିଲ୍ମ ‘ଇନ୍ଦୁ କି ଜୱାନୀ’ର ପ୍ରଥମ ଗୀତ’ ହସିନା ପାଗଲ ଦିୱାନୀ ‘ରିଲିଜ ହୋଇଯାଇଛି । ଏହି ଡ୍ୟାନ୍ସ ନମ୍ବର ସେୟାର କରି କିୟାରା ଲେଖିଥିଲେ – ‘ଏହା ହେଉଛି ଇନ୍ଦୁ ହସିନା ପାଗଲ ଦିୱାନୀ’ । କିୟାରା ନିଜର ଭୂମିକା ବିଷୟରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ କିଛିନା କିଛି ସେୟାର କରିଥାନ୍ତି ।

ଅବୀର ସେନଗୁପ୍ତା ‘ଇନ୍ଦୁ କି ଜୱାନୀ’ର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ହେଉଛି ଡେଟିଂ ଆପରେ ଲଭ୍ ଷ୍ଟୋରିର କାହାଣୀ ଅଟେ । ଇନ୍ଦୁ ଗୁପ୍ତା ଜଣେ ଗାଜିଆବାଦ ଝିଅ ଯିଏ ନିଜ ଡେଟିଂ ଆପରେ ନିଜର ଡେଟ ଠିକ୍ କରନ୍ତି ।

ମଙ୍ଗଳବାର ଦିନ କିୟାରା ନିଜର ଆଗାମୀ ଫିଲ୍ମ ହସିନା ପାଗଲ ଦିୱାନୀର ଟିଜର ସେୟାର କରିଛନ୍ତି । ଟିଜର ସେୟାର କରିବାବେଳେ ସେ ଲେଖିଛନ୍ତି – କାଲି ତ ବାୟ ଗଡ଼ ବହୁତ ମଜା ହେବ । ଆପଣ ଜାଣନ୍ତି ଏହା କ’ଣ? ଯଦି ଆପଣ ଜାଣି ନାହାଁନ୍ତି ତେବେ ଅପେକ୍ଷା କରନ୍ତୁ । କେବଳ ଏହା ବୁଝା ଯିବ ଯେ ଜଣେ ହସିନା ପାଗଳ ଦିୱାନୀ ହେବାକୁ ଯାଉଛି ।

କିଛି ସମୟ ପୂର୍ବରୁ କିୟାରା ଭିଡିଓ ସେୟାର କରି ନିଜର ଚରିତ୍ର ବିଷୟରେ କହିଥିଲେ । ଭିଡିଓରେ କିୟାରା ଆଡଭାନୀ କହୁଛନ୍ତି କି, “ମୋର ନାମ ଇନ୍ଦୁ ଗୁପ୍ତା । ମୁଁ ଗାଜିଆବାଦରେ ରହୁ ଅଛି । ମୁଁ କିଛି ରୋମାଞ୍ଚକର କରିବାକୁ ଚାହୁଁଥିଲି ତେଣୁ ମୁଁ ଡେଟିଂ ଆପରେ ନିଜେ ହିଁ ମୋର ଡେଟ ଫିକ୍ସ କରିଦେଲି । ବର୍ତ୍ତମାନ ମୋର ବନ୍ଧୁ ଡେଟ ବିଷୟରେ ପଚାରୁଛନ୍ତି ।”

‘ଷ୍ଟୁଡେଣ୍ଟ ଅଫ୍ ଇୟର 2’ର ପ୍ରସିଦ୍ଧ ଅଭିନେତା ଆଦିତ୍ୟ ସିଲ୍ କିୟାରା ଆଡଭାନୀଙ୍କ ସହ ଫିଲ୍ମ ଇନ୍ଦୁ କି ଜୱାନୀରେ ମଧ୍ୟ ନଜର ଆସିବେ ।


ସେୟାର କରନ୍ତୁ