Video:ଛୋଟ ପିଲା ସହ ଏକ୍ସରସାଇଜ କରୁଥିବାର ଦେଖାଗଲେ ପ୍ରିୟଙ୍କା ଚୋପ୍ରା, ଏଠାରେ ଦେଖନ୍ତୁ କ୍ୟୁଟ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଏକ ଦେଖାଯାଉ ନଥିବା ଭାଇରସର ପ୍ରକୋପ ବଢ଼ୁଥିବାର ଦେଖି ଏବେ ଦେଶରେ 17 ମଇ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏମିତିରେ ବଲିଓଡ଼ ସିଲେବ୍ରେଟି ନିଜର ଘରେ ରହି ଲୋକଙ୍କୁ କରୋନା ଭାଇରସ ଠାରୁ ସାଵଧାନ ଏବଂ ଘରେ ରହିବା ପାଇଁ ଟିପ୍ସ ଦେଉଛନ୍ତି । ବଲିଓଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏବେ ଘରେ ଅଛନ୍ତି ଏବଂ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଛନ୍ତି । କରୋନା ଭାଇରସ ବଢିବାର ମହାମାରୀ ଭିତରେ ମଧ୍ୟ ସେ ଲୋକଙ୍କୁ ନିଜର ଭିଡ଼ିଓ ଏବଂ ଫଟୋ ଜରିଆରେ ସଚେତନତା କରୁଛନ୍ତି । କିଛି ଘଣ୍ଟା ପୂର୍ବରୁ ପ୍ରିୟଙ୍କା ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଖୁବ ଚର୍ଚାରେ ରହିଅଛି ।

View this post on Instagram

No gym, no problem. @sky.krishna @divya_jyoti

A post shared by Priyanka Chopra Jonas (@priyankachopra) on

ଏହି ଭିଡ଼ିଓରେ ପ୍ରିୟଙ୍କା ଚୋପ୍ରା ଘରେ ରହି ଜିମ କରୁଥିବାର ନଜର ଆସୁଛନ୍ତି । ସେ ଏହି ଭିଡ଼ିଓରେ ଏକ ସୋଫା ଉପରେ ସୋଇଥିବାର ନଜର ଆସୁଛନ୍ତି ଏବଂ ଏକ ଛୋଟ ପିଲାକୁ ଉଠାଇ ଏକ୍ସରସାଇଜ କରୁଥିବାର ଦେଖାଯାଉଛନ୍ତି । ଏହି ଭିଡ଼ିଓରେ ସେ ପିଲା ଏବଂ ପ୍ରିୟଙ୍କା ଖୁବ ଖୁସି ଥିବାର ଦେଖାଯାଉଛନ୍ତି । ଭିଡିଓକୁ ସେ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଜିମ ନାହିଁତ, କିଛି ପ୍ରୋବ୍ଲେମ ନାହିଁ ।’ ଏହି କ୍ୟାପସନ ସାଥିରେ ସେ ଫ୍ୟାନ୍ସକୁ ଘରେ ରହିକରି ଅକ୍ସରସାଇଜ କରିବା ପାଇଁ ଉପଦେଶ ଦେଇଛନ୍ତି । ପ୍ରିୟଙ୍କାଙ୍କ ଏହି ଭିଡ଼ିଓ 42 ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି । ଏହି କ୍ୟୁଟ ଉପରେ ତାଙ୍କର ଫ୍ୟାନ୍ସ କମେଣ୍ଟ କରୁଛନ୍ତି ।

ଏହା ପୂର୍ବରୁ ପ୍ରିୟଙ୍କା ଏକ ପୋଷ୍ଟ ଏବଂ ସେୟାର ମଧ୍ୟ କରିଥିଲେ, ଯେଉଁଥିରେ ସେ ହେଷ୍ଟେଗଆଇଫୋରଇଣ୍ଡିଆ କଂସର୍ଟରେ ସାମିଲ ହେବାର କଥା କହିଥିଲେ । ତେବେ ଏହି କଂସର୍ଟ ସେହି ଲୋକଙ୍କ ପାଇଁ ସମର୍ପିତ ଅଟେ, ଯେଉଁ ଲୋକ ସବୁଠାରୁ ଆଗକୁ ବଢିକରି କରୋନା ଭାଇରସ ଠାରୁ ଲୋକଙ୍କୁ ବଞ୍ଚାଉଛନ୍ତି । ସେ ଏହି ପୋଷ୍ଟରେ ଲେଖିଥିଲେ, ‘ରବିବାର 3 ମଇକୁ ସନ୍ଧ୍ୟା 7.30ରେ ଭାରତର ସବୁଠାରୁ ବଡ଼ କଂସର୍ଟରେ ଭାଗ ନେବି । ଆପଣ ମଧ୍ୟ ଜୂଡନ୍ତୁ । ଏହି ଇବେଣ୍ଟ ସେହି ଲୋକମାନଙ୍କ ପାଇଁ ଅଟେ, ଯିଏ ଲକଡାଉନ ଭିତରେ ଘରେ ଅଛନ୍ତି, ଏହା ସେହି ମାନଙ୍କ ପାଇଁ ଯିଏ ସବୁଠାରୁ ଆଗରେ ଠିଆ ହୋଇକରି ଏହି ମହାମାରୀର ସାମ୍ନା କରୁଅଛି, ଯେବେକି ଆମ ଲୋକେ ଘରେ କାମ କରୁଅଛନ୍ତି । ଆଉ ସେହି ଲୋକ ମାନଙ୍କ ପଇସା ଜୁଟାଇବା ପାଇଁ ଯାହାର ନୌକରି ଓ ଘର ପ୍ରଭାବିତ ହେଉଛି ।’


ସେୟାର କରନ୍ତୁ