ଅଭିନେତ୍ରୀ ଆଶ୍ରିତା ସେଟିଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ କ୍ରୀକେଟିୟର ମନୀଷ ପାଣ୍ଡେ

ଖେଳ
ସେୟାର କରନ୍ତୁ

ମୁମ୍ବାଇ : ଭାରତୀୟ ଟିମର କ୍ରିକେଟର ମନିଷ ପାଣ୍ଡେ ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ଆଜି ଜନ୍ମ ଜନ୍ମ ପାଇଁ ପରସ୍ପରକୁ ନିଜର କରି ଭାରତୀୟ ରୀତି ନିବାଜରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଉଭୟଙ୍କର ବିବାହ ଫଟୋ ଗୁଡ଼ିକ ଏବେ ସାମନାକୁ ଆସିଅଛି । ଉଭୟଙ୍କର ଫ୍ୟାନ୍ସମାନେ ତାଙ୍କ ବିବାହକୁ ଅପେକ୍ଷା କରିଥିଲେ ।

ମନିଷ ଏବଂଆଶ୍ରିତା ଉଭୟ ବହୁ ଦିନ ଧରି ପରସ୍ପର ସହ ଡେଟରେ ଥିଲେ,ଏ କଥା କାହାକୁ ଅଛପା ନାହିଁ । ଏ ଦୁହିଁଙ୍କର ଭଲ ପାଇବାର ଖବର ଆଗରୁ ମିଡ଼ିଆରେ ବହୁବାର ଆସିଅଛି । ଏହି ଖାସ୍ ଅବସରରେ ଆଶ୍ରିତା ପୁରା ଦକ୍ଷିଣ ଭାରତୀୟ ଅନ୍ଦାଜରେ ନଜର ଆସିଥିଲେ ।

ସେ ମେରୁନ୍ ଏବଂ ଗୋଲଡେନ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ମନୀଷ ପାଣ୍ଡେ କ୍ରିମ୍ କଲରର ଶେରଓ୍ବାନୀ ପିନ୍ଧିଥିଲେ । ଦୁହେଁ ପରସ୍ପର ସହ ଖୁବ୍ ସୁନ୍ଦର ଲାଗୁଥିଲେ । 26ବର୍ଷୀୟ ଆଶ୍ରିତା ଦକ୍ଷିଣ ଭାରତର ବଡ଼ ବଡ଼ ଫିଲ୍ମରେ କାମ କରି ସାରିଛନ୍ତି । ସେ ଇନ୍ଦ୍ରଜିତ,ଓରୁ କନ୍ନିୟୁମ୍,ଉଡ୍ଡୟମ୍,ଏନଏଚ୍ 4 ଭଳି ଫିଲ୍ମରେ କାମ କରି ଦର୍ଶକ ମାନଙ୍କୁ ନିଜ ଆଡକୁ ଟାଣିପାରିଛନ୍ତି ।


ସେୟାର କରନ୍ତୁ