କେଉଁ କାର୍ଯ୍ୟକ୍ରମରେ ତାପସୀ ପନ୍ନୁ ଜଣେ ଯୁବକଙ୍କୁ ଚୁପ୍ କରାଇଥିଲେ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଭାରତର 50ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଅବସରରେ ସେ ସିଧାସଳଖ ଉପସ୍ଥିତ ଦର୍ଶକମାନଙ୍କ ସହ କଥା ହେଉଥିବାର ନଜରକୁ ଆସିଥିଲେ ।

କିନ୍ତୁ ଏହିଠାରେ ଏକ ମଜାଦାର କଥା ହୋଇଥିଲା । ତେବେ ଜଣେ ଯୁବକ ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ କହିଥିଲେ । ତାପସୀ ଯେଉଁଭଳି ଭାବରେ ଏହି ଯୁବକଙ୍କୁ ଚୁପ୍ କରାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଅଛି ।

ସୂଚନା ମୁତାବକ,ଏହି କାର୍ଯ୍ୟକ୍ରମ ଅବସରରେ ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ ଜଣେ ଯୁବକ ଠିଆ ହୋଇ କହିଥିଲେ । ଯୁବକଙ୍କର ଏଭଳି ପ୍ରତିକ୍ରିୟା ଦେଖି ତାପସୀ କହିଥିଲେ, କଣ ଏଠାରେ ଉପସ୍ଥିତ ସମସ୍ତ ଲୋକମାନେ ହିନ୍ଦି ବୁଝୁଛନ୍ତି କି ? ତାପସୀଙ୍କ ଏଭଳି କଥା ଶୁଣିବା ପରେ ଯୁବକ ଜଣଙ୍କ ତାଙ୍କୁ କହିଥିଲେ କି, ଆପଣ ବଲିଉଡ୍ ଅଭିନେତ୍ରୀ ହିସାବରେ ହିନ୍ଦି ଭାଷାରେ କଥା କହିବା ଦରକାର ।

ଯୁବକଙ୍କର ଏଭଳି ପ୍ରତିକ୍ରିୟାରେ ତାପସୀ କହିଥିଲେ କି, ମୁଁ ତାମିଲ ଏବଂ ତେଲୁଗୁ ସିନେମାରେ ମଧ୍ୟ କାମ କରିଅଛି । ତେଣୁ ମୁଁ ଏବେ ତାମିଲ ଭାଷାରେ କଥା ହେବି କି ? ବୋଲି ପ୍ରଶ୍ନ କଲେ ତାପସୀ । ଏହା ପରେ ଯୁବକ ଜଣଙ୍କ ଆଉ କିଛି ନ କହି ଚୁପ୍ ହୋଇ ନିଜ ସ୍ଥାନରେ ବସି ପଡ଼ିଥିଲେ ।


ସେୟାର କରନ୍ତୁ