ଅମୃତଭଣ୍ଡାର ଉପକାରିତା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ । ନିୟମିତ ଭାବେ ତାକୁ ଖାଇଲେ ମୋଟାପା କମିଥାଏ । ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନ ଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ।

-ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଶରୀରରେ କୋଲୋଷ୍ଟେରୋଲ୍ର ସ୍ତରକୁ କମ୍ କରିଥାଏ ଏବଂ ରକ୍ତ ଜମାଟ ହେବାକୁ ଦିଏନାହିଁ । ଫଳରେ ହୃଦରୋଗର ଆଶଙ୍କା କମିଯାଏ ।

-ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ରହିଥାଏ । ଦୃଷ୍ଟିଶକ୍ତି ପାଇଁ ଏହା ଖୁବ୍ ଭଲ । ସେହିପରି ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ ।

-କେବଳ ଅମୃତଭଣ୍ଡା ନୁହେଁ, ଅମୃତଭଣ୍ଡା ପତ୍ରର ରସ ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ଭିଟାମିନ୍ ଏ, ସି, ଡି, ଇ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ । ଡେଙ୍ଗୁ ରୋଗରେ ପୀଡ଼ିତ ଥିଲେ ନିୟମିତ ଭାବେ ଅମୃତଭଣ୍ଡା ପତ୍ରର ରସ ପିଅନ୍ତୁ ।

-ଆର୍ଥରାଇଟିସ୍ ସମସ୍ୟା ଥିଲେ ନିୟମିତ ଭାବେ ଅମୃତଭଣ୍ଡା ଖାଆନ୍ତୁ, ସୁଫଳ ମିଳିବ । ଏହା ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।


ସେୟାର କରନ୍ତୁ