ଅମିତାଭ ବଚ୍ଚନ 25ତମ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ପହଁଚିପାରି ନଥିବାରୁ କ୍ଷମା ମାଗିଲେ

ସିନେମା
ସେୟାର କରନ୍ତୁ

v

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଦେହ ଖରାପ ଥିବାରୁ 25ତମ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ପହଁଚିପାରି ନଥିବାରୁ ସେ କ୍ଷମା ମାଗିଛନ୍ତି । ଏବେ ଇଣ୍ଟରନେଟରେ ଏହି ଭିଡ଼ିଓଟି ଭାଇରଲ ହେଉଛି । ଯେଉଁଥିରେ ସେ ନିଜର ଭାବନା ବ୍ୟକ୍ତ କରୁଛନ୍ତି । ଅମିତାଭ ପହଞ୍ଚି ପାରି ନଥିବାରୁ ଭିଡ଼ିଓ କନ୍ଫରେସିଙ୍ଗ ଜରିଆରେ ନିଜର କଥା ଫ୍ୟାନ୍ସ ମାନଙ୍କ ପାଖରେ ରଖୁଥିଲେ ।

ଏହି ଭିଡ଼ିଓ ଇବେଣ୍ଟର କ୍ଲୋଜିଂଗ ସେରିମନିରେ ଦେଖାଯାଇଥିଲା ଏବଂ ଏହା ଏବେ ଇଣ୍ଟରନେଟରେ ଭାଇରଲ ହେଉଛି । ଭିଡ଼ିଓରେ ଅମିତାଭ କହୁଛନ୍ତି,’8ନଭେମ୍ବର 2019ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତରେ ମୋର ପସନ୍ଦର ସହର ମାନଙ୍କ ମଧ୍ୟରୁ କୋଲକାତା ସହରରେ କେଆଇଏଫଏଫ ର ଇନାଗ୍ରୋସନ ଥିଲା ।

ଦୁର୍ଭାଗ୍ୟ ବଶତଃ କିଛି କାରଣ ପାଇଁ ମୁଁ ସେଠାରେ ପହଞ୍ଚିପାରିଲି ନାହିଁ । କିନ୍ତୁ ମୁଁ ସ୍ପିଚି ତିଆରି କରିଥିଲି । ମୁଁ ଭାବିଲିକି ଏହାକୁ ନିଜ ଲୋକଙ୍କ ପାଖରେ ପଢି ଦେବା ଠିକ ହେବ ଏହା ମୋର ବିଶ୍ୱାସ ଅଛିକି ଲୋକମାନେ ମୋର ଉପସ୍ଥିତ ନଥିବାରୁ ତୁମେମାନେ ମୋତେ କ୍ଷମା କରିଦେବ ।’

ଅମିତାଭ କହିଲେ, ଶୁକ୍ରୀୟା ମମତା ଦି ମୋତେ ସବୁବେଳେ ପ୍ରତିଷ୍ଠିତ କୋଲକାତା ଇଣ୍ଟରନେଶନାଲ ଫିଲ୍ମ ଫେଷ୍ଟିଭାଲରେ ଡ଼ାକିଥିବାରୁ ଏବଂ ମୋର ଶୁଭକାମନା ଦେଉଛିକି ସିଲିବର ଜୁବୁଲିରେ ‘। ଭିଡ଼ିଓରେ ଅମିତାଭ ଜୋରରେ ବଢୁଥିବା ଡ଼ିଜିଟାଲ ଏଣ୍ଟରଟେନମେଣ୍ଟର ଦୁନିଆରେ ମୁବି ଥିଏଟରକୁ ନେଇକରି ଚିନ୍ତା ଜାହିର କରିଛନ୍ତି । ଅମିତାଭ କହିଲେକି,ଫିଲ୍ମ ପ୍ରଥମେ ବଡ଼ ପରଦା ଉପରେ ରିଲିଜ ହେବା ଉଚିତ ଏହା ପରେ ଅନଲାଇନ ୟା ତୁମର ଡିଭାଇସରେ ଆସିବା ଉଚିତ ।

ଅମିତାଭ କହିଲେକି, ଠିକ ରେଟରେ ମିଳିଥିବା ଟିକେଟ ଏବଂ ଭଲ କଣ୍ଟେଣ୍ଟ ଦର୍ଶକ ମାନଙ୍କୁ ଘରଭିତରୁ ବାହାର କରିଆଣୁଥିଲା । ଆଜି ଯେବେ ପୁରୁଷ ଓ ମହିଳା ଏକ ସାଥିରେ କାନ୍ଧରେ କାନ୍ଧ ମିଳେଇ ଚାଲୁଛନ୍ତି ଏଇଠି ମନୋରଞ୍ଜନର ମଧ୍ୟ ଢେର ବିକଳ୍ପ ଖୋଲିଯାଇଛି । କଣ୍ଟେଣ୍ଟ ତୁମର ଘର ପାଖକୁ ଆସି ପହଞ୍ଚିଲେଣି । କିନ୍ତୁ ବଡ଼ ସ୍କିନ ଉପରେ ଫିଲ୍ମ ଦେଖିବାର ରୋମାଞ୍ଚ ସବୁବେଳେ ବନି ରହିବ । ଆମକୁ ଏ ପରମ୍ପରା ବଞ୍ଚାଇ ରଖିବାର ତରିକା ଖୋଜିବା ପାଇଁ ପଡିବ ।

ବିଗ ବି କହିଲେ, ମୋତେ ପ୍ରଥମେ ସିନେମା ହଲ୍ ଭିତରେ ଫିଲ୍ମକୁ ଦେଖିବାପାଇଁ ଓ ପରେ ଅନ୍ୟ ଡିଭାଇସରେ ଯିବାର ବିଚାର ପସନ୍ଦ ଅଛି । ମୁଁ ଏହା ଉପରେ ଦୃଢ଼ ବିଶ୍ୱାସ ମଧ୍ୟ ରଖୁଛି ।


ସେୟାର କରନ୍ତୁ