ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ, ଆସନ୍ତା 5ରୁ ଅନଲାଇନରେ 19ରୁ ଅଫଲାଇନରେ ଟିକେଟ ବିକ୍ରି

ଖେଳ
ସେୟାର କରନ୍ତୁ

ଭୁବନେଶ୍ୱର: ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଡିସେମ୍ବର 22ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିନିମନ୍ତେ ଆସନ୍ତା 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନଲାଇନରେ ଟିକେଟ ବିକ୍ରି । ସେହିପରି ଆସନ୍ତା 19ରୁ ଅଫଲାଇନରେ ଷ୍ଟାଡିୟମ କାଉଣ୍ଟର ପରିସରରେ ଟିକେଟ ଉପଲବ୍ଧ ହେବ ।

ମ୍ୟାଚର ଦୁଇ ଦିନ ପୂର୍ବରୁ ଉଭୟ ଦଳ ସିଧାସଳଖ ବିଶାଖପାଟଣାମରୁ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ବାରବାଟୀର ଦିନିକିଆ ମ୍ୟାଚ ସରିବା ପରେ ଉଭୟ ଦଳ ମୁମ୍ବାଇ ଯିବେ । ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ କମିସନରେଟ ପୁଲିସ ମଧ୍ୟରେ ମ୍ୟାଚ ପ୍ରସ୍ତୁତିକୁ ନେଇ ବୈଠକ ବସି ଆଲୋଚନା ହୋଇଅଛି ।

ଅନ୍ୟପକ୍ଷରେ ସୁରକ୍ଷାକୁ ନେଇ ଆଲୋଚନା ମୁତାବକ, ଷ୍ଟାଡିୟମ ଭିରତକୁ ପାଣି ବୋତଲ ନେବାପାଇଁ ମନା ହୋଇଛି । ସେମିତି ହେଲମେଟ, ବୈଦ୍ୟୁତିକ ଉପକରଣ କାଚ, ଦର୍ପଣ ଓ ବାଣକୁ ମଧ୍ୟ ବାରଣ ହୋଇଛି । ପ୍ରତି ଗ୍ୟାଲେରୀରେ ନେଟିଂର ବ୍ୟବସ୍ଥା କରାଯିବ । ସେହିପରି ପ୍ରତି ଗ୍ୟାଲେରୀରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବାର ରହିଛି । ସ୍ଵାସ୍ତ୍ୟ ସମ୍ୱନ୍ଧିୟ ସୁରକ୍ଷାକୁ ଦୃଷ୍ଟିରେ ଦେଖି ଆମ୍ବୁଲାନ୍ସ ଓ ଡାକ୍ତର ଦଳ ମଧ୍ୟ ନିୟୋଜିତ ହେବେ ।

କାଉଣ୍ଟରରେ ଟିକେଟ୍ ବିକ୍ରି ସମୟରେ ମଧ୍ୟ ସଶସ୍ତ୍ର ପୁଲିସ୍ ମୁତୟନର ବ୍ୟବସ୍ଥା ହେବାର ରହିଛି । କୁଇକରେସପନ୍ସ ଟିମ୍, ସଶସ୍ତ୍ର ପୁଲିସ୍, ଓଡ୍ରାଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଖେଳାଳିଙ୍କ ସୁରକ୍ଷାରେ ରହିବେ । ବିମାନବନ୍ଦରରୁ ହୋଟେଲ୍ ଏବଂ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ଯାତାୟତ ସମୟରେ ଖେଳାଳିଙ୍କ ସମେତ ଓ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି କମିସନର କହିଛନ୍ତି ।


ସେୟାର କରନ୍ତୁ