ହରପିସ୍ ଭୂତାଣୁ ଭୟ, 25 ଦିନରେ ନନ୍ଦନକାନନରେ 3ଟି ହାତୀ ଆଖି ବୁଜିଲେଣି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଗତକାଲି 7 ବର୍ଷର ମାଈ ହାତୀ କମଳା ‘ହରପିସ୍’ ଭୂତାଣୁ ସଂକ୍ରମଣରେ ଆଖି ବୁଜିଛି । ଏଥିଯୋଗୁ ଗତ 25 ଦିନରେ ନନ୍ଦନକାନନରେ 3ଟି ହାତୀ ଆଖି ବୁଜିଲେଣି । ନନ୍ଦନକାନନରେ ବର୍ତ୍ତମାନ 5ଟି ମାଈ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 2ଟି ଛୋଟ ହାତୀ ଅଛନ୍ତି। ପୂର୍ବରୁ ସେପ୍ଟେମ୍ବର 15ରେ ଏକମାତ୍ର ଦନ୍ତା ‘ଚନ୍ଦନ’ ଓ ଅଗଷ୍ଟ 25ତାରିଖରେ ମାଈ ହାତୀ ‘ଜୁଲି’ର ମୃତ୍ୟୁ ହୋଇଥିଲା ।
ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି,ହରପିସ୍ ଭୂତାଣୁ ଚିହ୍ନଟ ହୋଇଛି। ଏହାର ନିରାକରଣ ପାଇଁ ଉଦ୍ୟମ କରାଯାଉଛି ।
ହର୍‌ପିସ ରୋଗ ଓ ଏହାର ଲକ୍ଷଣ କଣ
ହରପିସ୍ ରୋଗ ଏକ ଭୂତାଣୁ ଜନିତ ରୋଗ । ସଂକ୍ରମିତ ହାତୀ ସମ୍ପର୍କରେ ଆସିଲେ ସୁସ୍ଥ ହାତୀକୁ ହରପିସ୍ ରୋଗ ହେବାର ସମ୍ଭାବନା ରହିଛି। ହାତୀ ହରପିସ୍‌ ଭୂତାଣୁ ସଂକ୍ରମିତ ହେଲେ ରକ୍ତ କଣିକା ପ୍ରଭାବିତ ହୋଇଥାଏ। ହାତୀର ଦେହର ତାପମାତ୍ରା ବୃଦ୍ଧି ପାଇଥାଏ। ହାତୀର ପେଟ ଜୋର୍‌ରେ ବଥା ହେବାସହ ହାତୀ ବାରମ୍ବାର ଉଠ୍ ବସ ହୋଇଥାଏ। ହାତୀମାନଙ୍କ ପାକସ୍ଥଳୀ ସଂକ୍ରମିତ ହେବା ସହ ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥାଏ। ଭୂତାଣୁ ସଂକ୍ରମଣ ହେବାର କିଛି ଘଣ୍ଟା ମଧ୍ୟଟରେ ହାତୀର ମୃତ୍ୟୁ ଘଟିଥାଏ।


ସେୟାର କରନ୍ତୁ