ନୂଆ ଓଡ଼ିଆ ସିନେମା ଜୋର୍‌କା ଝଟ୍‌କା ଆଜି ରିଲିଜ୍ ହେଉଛି

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ନୂଆ ଓଡ଼ିଆ ସିନେମା ଜୋର୍‌କା ଝଟ୍‌କା । ଜଣାଶୁଣା ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିବେଦିତ ଏହି ସିନେମାରେ ଦର୍ଶକ ଅନେକ ଦିନ ବ୍ୟବଧାନରେ ଏକ ପୁରୁଣା ଯୋଡ଼ିକୁ ଭେଟିବେ। ଏହି ଯୋଡ଼ି ହେଲେ ଦୀପକ-ପିଙ୍କି । ଦୀପକ-ପିଙ୍କି ଯୋଡ଼ିଙ୍କୁ ‘ତୁ ମୋ’ସପନର ନାୟିକା’ସିନେମାରେ ପ୍ରଥମେ ପରଦାକୁ ଆଣିଥିଲେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା । ତା’ପରେ ସେ କ୍ରମାଗତ ଭାବେ ଅନ୍ୟ ଦୁଇଟି ପ୍ରୋଜେକ୍ଟର ନାଆଁ ବି ଘୋଷଣା କରିଛନ୍ତି।
ଯେଉଁ ଦୁଇଟି ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା ‘ଲଭ୍‌ ଟ୍ବଣ୍ଟି ଟ୍ବଣ୍ଟି’ ଓ ‘ତୁ ମୋ’ ନୀଳନୟନା’। ଉଭୟ ସିନେମାରେ ଦୀପକ-ପିଙ୍କି ଯୋଡ଼ିଙ୍କୁ ନିଆଯାଇଛି।
‘ଜୋର୍‌କା ଝଟ୍‌କା’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ପିନୁ ନାୟକ । ଅଶୋକ ବେହେରା ଏବଂ ଶିବାନୀ ବେହେରା ଏହାର ପ୍ରଯୋଜକ । ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀତମ୍ ଦାସ, ମିହିର ଦାସ ,ହରି ଏବଂ ପ୍ରଜ୍ଞା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।


ସେୟାର କରନ୍ତୁ