ଭାଇଜାନଙ୍କ ଚାହିଦା ଏବେ ଆକାଶ ଛୁଆଁ, ଜାଣନ୍ତୁ କେତେ ରାଶି ନେଉଛନ୍ତି ବିଗ୍‌ ବସ୍‌-12 ସିଜିନ୍‌ ପାଇଁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଉଥିବା ବଲିଓଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଚାହିଦା ଏବେ ଆକାଶ ଛୁଆଁ । ଦବଂଗଷ୍ଟାର ଏବେ ବିଗ୍‌ ବସ୍‌-12 ସିଜିନ୍‌ର ଉପସ୍ଥାପକ ଅଛନ୍ତି । ସେପ୍ଟେମ୍ବର 16 ରବିବାର ଦିନ ବିଗ୍‌ ବସ୍‌-12 ସିଜିନ୍‌ ଆରମ୍ଭ ହୋଇଛି । ବିଗ୍‌ ବସ୍‌ ଘରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ସଲମାନ ପ୍ରତି ଅଧ୍ୟାୟ ପାଇଁ 14 କୋଟି ନେବେ ବୋଲି ଜଣା ପଡ଼ିଛି ।ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ସୋ’ର ନିର୍ମତା 14 କୋଟି ସହ ସଲମାନଙ୍କୁ ରହିବା ପାଇଁ ଏକ ବିଳାପୂର୍ଣ୍ଣ ଘର ମଧ୍ୟ ଦେଇଛନ୍ତି।ଘର ଭିତରର ସାଜ ସଜ୍ଜା ସଲମାନଙ୍କ ପସନ୍ଦକୁ ଆଖି ଆଗରେ ରଖି କରାଯାଇଥିବା ବେଳେ ତାଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହି ଘରେ ସଲମାନ ଖୁବ୍‌ ଆରାମରେ ପ୍ରତିଯୋଗୀମାନଙ୍କ ଉପରେ ନଜର ରଖି ପାରିବେବୋଲି ଜଣାପଡିଛି ।

ସଲମାନ ଜଣେ ଖୁସ ମିଜାଜ ମଣିଷ । ସେ ପ୍ରତିଯୋଗୀ ମାନଙ୍କ ସହିତ ଖୁବ ମସ୍ତି କରୁଥିବାର ଜଣାଯାଉଛି।


ସେୟାର କରନ୍ତୁ