ସ୍ଥାନାନ୍ତର ହେବନି ସୁନ୍ଦରୀ

ରାଜ୍ୟ
ସେୟାର କରନ୍ତୁ

ଭୂବନେଶ୍ଵର: ଅନଗୁଳ ସାତକୋଶିଆରେ ବ୍ୟାଘ୍ର୍ର ପ୍ରକଳ୍ପର ସଂପ୍ରସାରଣ ଏକ ବଡ଼ ଯୋଜନା। ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତର କ୍ଷେତ୍ରରେ ଏହା ସବୁଠାରୁ ବଡ଼ ପଦକ୍ଷେପ। ଆଗରୁ ମଧ୍ୟ ଏଠାରେ ବାଘ ରହୁଥିଲେ। ତାହାକୁ ଅଧାରୁ ବନ୍ଦ କରିବା ସମ୍ଭବ ନୁହେଁ। ତେଣୁ ସାତକୋଶିଆରୁ ‘ସୁନ୍ଦରୀ’ ସ୍ଥାନାନ୍ତର ହେବନି।

ବାଂଧବଗଡ଼ରୁ ଆସିଥିବା ସୁନ୍ଦରୀ ସାତକୋଶିଆରେ ହିଁ ରହିବବୋଲି ବିଶେଷଜ୍ଞ ମାନଂକର ମତ। ବାଘ ଏଠାରେ ସୁରକ୍ଷିତ ରହିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳ ମତପ୍ରକାଶ କରିଛନ୍ତି। ଫଳରେ ବାଘ ‘ସୁନ୍ଦରୀ’ ମଧ୍ୟପ୍ରଦେଶର ଵାଂଧବଗଡ଼ ଫେରିଯିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ବିଶେଷଜ୍ଞ ଦଳର କହିବା କଥା ହେଲା ପ୍ରକଳ୍ପକୁ ବନ୍ଦ କରିବା ସମ୍ଭବପର ନୁହେଁ। ତେଣୁ ସାତକୋଶିଆବାସୀଙ୍କୁ କିଭଳି ଏହି ପ୍ରକଳ୍ପ ସହ ଯୋଡ଼ାଯାଇ ପାରିବ ସେନେଇ ଆଲୋଚନା ଚାଲିଛି। ପ୍ରକଳ୍ପ ସମ୍ପର୍କରେ ପ୍ରଥମେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଯିବ। ମଧ୍ୟପ୍ରଦେଶର ଅଭୟାରଣ୍ୟ କାହ୍ନା, ବାନ୍ଧବଗଡ଼ରେ କିଭଳି ବାଘ ଓ ମଣିଷ ନିରଦ୍ଵନ୍ଦରେ ବିଚରଣ କରୁଛନ୍ତି ସେଠାକୁ ସାତକୋଶିଆବାସୀଙ୍କୁ ବୁଲାଇବାକୁ ନିଆଯିବ। ସେମାନେ ଯାଇ ସେଠାକାର ପରିବେଶକୁ ଅନୁଭବ କରିବେ ବୋଲି ଆଶା କରାଯାଇଛି ।

ଯେହେତୁ ପୂର୍ବରୁ ସାତକୋଶିଆରେ ବାଘ ରହୁଥିଲେ ତେଣୁ କୌଣସି ଅସୁବିଧା ହେବ ନାହିଁବୋଲି ମତ ପୋଷଣ କରିଛନ୍ତି ବିଶେଷଜ୍ଞ ଟିମ।ଏହି ଅଭୟାରଣ୍ୟରେ ବାଘ-ମଣିଷ ଚଳପ୍ର୍ରଚଳ କରିପାରିବେ।


ସେୟାର କରନ୍ତୁ