ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ

ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲରଙ୍କ ନେତୃତ୍ୱରେ ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଫ୍ରାନ୍ସ ଓଡ଼ିଶାରେ ହୋଟେଲ,ଇସ୍ପାତ,ବୈଦୁତିକ ଉପକରଣ,ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ।

ଭୁବନେଶ୍ୱରରେ ଆସନ୍ତା ନଭେମ୍ୱରମାସରେ ହେବାକୁଥିବା ମେକ -ଇନ -ଓଡିଶା କନକ୍ଲେଭରେ ଭାଗ ନେବାକୁ ଫରାସୀ କମ୍ପାନୀ ମାନଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।

ଫ୍ରାନ୍ସ ପ୍ରତିଧିଦଳକୁ ସ୍ୱାଗତ କରିବା ସହ,ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଓଡିଶା ପୁଞ୍ଜି ନିବେଶ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି !ଓଡିଶା ଏକ ଖଣିଜ ସମୃଦ୍ଧ ରାଜ୍ୟ ।

ଦେଶର ମୋଟ ଆଲୁମିନିୟମ ଉତ୍ପାଦନର 54 ପ୍ରତିଶତ ଉତ୍ପାଦନକରି ଦକ୍ଷିଣ ଏସିଆରେ ଓଡିଶା ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହୋଇ ପାରିଛି । ଦେଶରେ ଓଡିଶା 25 ପ୍ରତିଶତ ଇସ୍ପାତ ଉତ୍ପାଦନ କରିପାରିଛି। ଧାତୁ ଏବଂ ଆନୁସଙ୍ଗିକ ଶିଳ୍ପର ବିକାଶ ପାଇଁ ଭିଜନ -2030 କରାଯାଇଛି । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଏବଂ ଏରୋସ୍ପେସ କ୍ଷେତ୍ରରେ ମଧ୍ୟ ଏକ ନୀତି ପ୍ରସ୍ତୁତ କରାଯାଉଛି ।

ପୁଞ୍ଜିନିବେଶ ପାଇଁ ଏୟାରକ୍ରାଫ୍ଟ,ମେଡିକାଲ ଯାନ୍ତ୍ରିକ ଉପକରଣ,ଖାଦ୍ୟ ପ୍ରକିୟାକରଣ ଓ ବୈଦୁତିକ ଉପକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ପୁଞ୍ଜିନିବେଶ ପାଇଁ ଓଡିଶାରେ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ଫ୍ରାନ୍ସର ରାଷ୍ଟ୍ରଦୂତ ଓ ତାଙ୍କ ସହ ଆସିଥିବା ଵାଣିଜ୍ୟକ ପ୍ରତିନିଧି ଦଳ ପ୍ରକାଶ କରିବା ସହ ଆଗାମୀ ଦିନ ମାନଙ୍କରେ ଫ୍ରାନ୍ସର ଓଡିଶା ସହ ଅଧିକ ଵାଣିଜ୍ୟକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି କହିଥିଲେ ।


ସେୟାର କରନ୍ତୁ