ପାଗ ଶୁଖିଲା ରହିବ, ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସେହିପରି ରାତି କିମ୍ବା ଦିନ ତାପମାତ୍ରାରେ ଆସନ୍ତା 4-5ଦିନ ପର୍ଯ୍ୟନ୍ତ ସେଭଳି କିଛି ପରିବର୍ତ୍ତନ ହେବନି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ଅନ୍ୟପକ୍ଷରେ, ମଙ୍ଗଳବାର ରାଜ୍ୟର 14ଟି ସହରର ତାତି 35 ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଝାରସୁଗୁଡ଼ାରେ 36.8ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକରେ 36.2ଡିଗ୍ରୀ ସେଲସିୟସ୍‌, ରାୟଗଡ଼ା, ବୌଦ୍ଧ ଓ ତାଳଚେରରେ 36ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିଲା । ତେବେ ସମ୍ବଲପୁର ଓ ଅନୁଗୁଳରେ 35.7ଡିଗ୍ରୀ ସେଲସିୟସ୍‌, ବଲାଙ୍ଗୀରରେ 35.5ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ ଓ ସୋନପୁରରେ 35.2ଡିଗ୍ରୀ ସେଲସିୟସ୍‌, କଟକ, ବାରିପଦା ଓ ମାଲକାନଗିରିରେ 35ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।


ସେୟାର କରନ୍ତୁ