ଅନ୍ତରଙ୍ଗ ମୁହୂର୍ତ୍ତକୁ ଭାଇରାଲ କଲା ପ୍ରତାରକ ପ୍ରେମିକ, ଅତ୍ମହତ୍ୟା କରିବା ପାଇଁ ଧମକ

ଭାଇରାଲ
ସେୟାର କରନ୍ତୁ

ଭୁବନେଶ୍ୱର: ଥରେ କି ଦୁଇ ଥର ନୁହେଁ ବାରମ୍ବାର ଅନ୍ତରଙ୍ଗ ମୁହୂର୍ତ୍ତର ଭାଇରାଲ ଭିଡ଼ିଓ ଓ ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି ଜଣେ ପ୍ରତାରକ ପ୍ରେମିକ । ଏତେ ସବୁ କାଣ୍ଡ ଭିଆଇ ମଧ୍ୟ ପ୍ରେମିକ ଜଣଙ୍କର ଏତିକିରେ ମନ ପୁରି ନାହିଁ । ଶେଷରେ ହତାସ ହୋଇ ଆତ୍ମହତ୍ୟା କରିବା ପାଇଁ ଫେସବୁକରେ ଧମକ ଦେଇଛନ୍ତି ହତାସିଆ ପ୍ରେମିକ ଜଣଙ୍କ । ତାଙ୍କର ମନର ବେଦନାକୁ ବାରମ୍ବାର ସୋସିଆଲ ମିଡ଼ିଆରେ ଜଣାଇଛନ୍ତି ।
ପ୍ରେମିକ ଜଣଙ୍କ ଫେସବୁକ ଆକାଉଣ୍ଟରେ ନିଜ ନାମ ବିମଲ ସୁଗନ୍ଧା ବୋଲି ରଖିଛନ୍ତି । ହେଲେ ପ୍ରୋଫାଇଲରେ ନିଜ ନାଁ ବିମଲ ଧଳ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ମଧ୍ୟ ସେ ଲେଖିଛନ୍ତି । ଖାଲି ଏକିତି ନୁହେଁ, ବିମଲ ଶୁକ୍ରବାର ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ଜଣେ ଯୁବତୀ ତାଙ୍କୁ କଷ୍ଟ ଦେବାରୁ ସେ ଭିଡ଼ିଓ ଓ ଫଟୋ ଭାଇରାଲ କରିଛନ୍ତି । ଯୁବତୀ ଜଣଙ୍କ ଜାଣିଥିଲେ ଯେ ସେ ବାହା ହୋଇଛନ୍ତି । ତା’ ପରେ ବି ସେ ତାଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀ ତାଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ବାହା ହୋଇଯିବାରୁ ସେ ଏମିତି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ପ୍ରତାରକ ପ୍ରେମିକ ଜଣଙ୍କ ଜୁଲାଇ ୨୩ରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ସବୁ ଭିଡ଼ିଓ ଭାଇରାଲ କରିବା ପାଇଁ ଫେସବୁକରେ ପ୍ରଥମେ ଷ୍ଟାଟସ୍ ରଖିଥିଲେ । ପୁଣି ଜଲାଇ ୨୫ରେ ମଧ୍ୟ ଭିଡ଼ିଓ ଭାଇରାଲ କରିବା ପାଇଁ ଚେତେଇ ଦେଇଥିଲେ । ଗତକାଲି ଓ ଆଜି ସେ ସମସ୍ତ ଭିଡ଼ିଓ ଓ ଫଟୋକୁ ଭାଇରାଲ କରିଥିବା ସୋସିଆଲ ମିଡ଼ିଆରୁ ଜଣାପଡ଼ିଛି । ଏହାବାଦ ହତାଶିଆ ପ୍ରେମିକ ଛାଡ଼ିଥିବା ଦୁଇ ମିନିଟର ଦୁଇଟି ଭିଡ଼ିଓ ପୋଷ୍ଟ ଉପରେ ୟୁଜରମାନେ ଖରାପ କମେଣ୍ଟ ଦେବା ସହ ବିମଲଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି ।

ସେୟାର କରନ୍ତୁ