ହଟ କଷ୍ଟ୍ୟୁମରେ ନଜର ଆସି ମଲାଇକା ଏବେ ପୁଣି ଚର୍ଚ୍ଚାରେ

ଭାଇରାଲ
ସେୟାର କରନ୍ତୁ

କେତେବେଳେ ଅର୍ଜୁନଙ୍କ ସହ ଡେଟ୍ ତ ଆଉ କେତେବେଳେ ସ୍ୱତନ୍ତ୍ର ଫଟୋଶୁଟ । ସବୁବେଳେ ମିଡ଼ିଆ ଆଇନାରେ ନିଜକୁ ଚର୍ଚ୍ଚିତ କରି ରଖିଥିବା ନାୟିକାଙ୍କ ମଧ୍ୟରୁ ସେ ବେଶ୍ ଧୁରନ୍ଦର । ତେବେ ଏହି ନାୟିକା ଆଉ କେହି ନୁହଁନ୍ତି ଅରବାଜ୍ ଖାନ୍‌ଙ୍କ ଛାଡ଼ପତ୍ର ଦେଇ ଅର୍ଜୁନଙ୍କ ସହ ଡେଟ କରୁଥିବା ମଲାଇକା । ନିଜର ପୁତ୍ର ବୟସ ୧୬ବର୍ଷ ହୋଇଥିଲେ ହେଁ ଏହି ନାୟିକା ଜଣଙ୍କୁ କେହି କହିବେନି ଯେ ବୟସ ତାଙ୍କର ୪୫ଛୁଇଁଲାଣି । ୧୬ବୟସୀ ପରି ନିଜକୁ ମେଣ୍ଟେନ୍ କରୁଥିବା ନାୟିକା ନିକଟରେ ଏକ ଭିଡ଼ିଓ ଭାଇରାଲରେ ଚର୍ଚ୍ଚା ପାଲଟିଛନ୍ତି । ନିଜକୁ ଫିଟ ରଖିବାକୁ ଯାଇ ଜିମ୍‌ରେ ଯୋଗଦେଉଥିବା ମଲାଇକାଙ୍କ ଆଉଟଫିଟ୍ ବେଶ୍ ନିଆରା । ସୋଶିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫଟୋଟିରେ ମଲାଇକା ଆଖିରେ କଳା ରଙ୍ଗର ସନ୍‌ଗ୍ଲାସ ପିନ୍ଧିବା ସହ ସ୍କିନ୍‌ଫିଟ୍‌ର କଷ୍ଟ୍ୟୁମ କରି ସଭିଙ୍କୁ ଆକର୍ଷିତ କରିପାରିଥିଲେ । ତେବେ ମଲାଇକା ସର୍ବଦା ହଟ୍ କଷ୍ଟ୍ୟୁମ ପିନ୍ଧିବାରେ ମାହିର । 


ସେୟାର କରନ୍ତୁ