ପିଲା ଚୋର ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼ ପରେ ଦୁଷ୍କର୍ମ, ଭିଡ଼ିଓ ଭାଇରାଲ ହେବ ପରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପିଲା ଚୋର ସନ୍ଦେହରେ ଜଣେ ଦିନ ମଜୁରିଆ ମହିଳାଙ୍କ ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଖାଲି ଏତିକି ନୁହେଁ ଦୁର୍ବୁତମାନେ ମହିଳାଙ୍କୁ ମାଡ଼ ମାରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତ । ଘଟଣାଟି ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ଅଚଂଳରେ ।

ସୁବୁଠାରୁ ଦୁଃଖର ବିଷୟ ହେଉଛି ମହିଳାଙ୍କୁ ମାଡ଼ ମାରୁଥିବା ବେଳେ ଏହାର ମଜା ନେଇ କିଛି ଯୁବକ ଭିଡ଼ିଓ ସୁଟିଂ କରି ଭାଇରାଲ କରିଥିବା ସୂଚନା ମିଳିଛି । ମୋବାଇଲଠୁ ମୋବାଇଲ ଭାଇରାଲ ହେବା ପରେ ରାଉରକେଲା ଜିଲ୍ଲା ପୁଲିସ ତଦନ୍ତ ଆରମ୍ଭ କରିଛି । ରାଉରକେଲା ଏସପି ଡ଼ା. ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ ପରେ ଘଟଣାରେ ପ୍ଲାଣ୍ଟସାଇଟ ଥାନା ପୁଲିସ ଏକ ମାମଲା ରୁଜୁ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ୧୦ରୁ ଅଧିକ ଯୁବକ ସଂପୃକ୍ତ ଥିବାରୁ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି । ଇତିମଧ୍ୟରେ ପ୍ଲାଁଟସାଇଟ ପୁଲିସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଗିରଫ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖିଛି । ପୁଲିସର ଭୂମିକା ସନ୍ଦେହଜନକ ଥିବା ଜଣାପଡିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଯେ, ମହିଳା ଜଣଙ୍କୁ ମାରଣାନ୍ତକ ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ ହୋଇଥିଲା ଏବଂ ଏହାକୁ ଦିଗହରା କରିବାକୁ ପିଲା ଚୋର ଆଖ୍ୟା ଦିଆଯାଇଥିବା ପିଡ଼ିତା ନିଜେ ବୟାନ ଦେବା ପରେ ମାମଲା ଭିନ୍ନ ମୋଡ଼ ନେଇଛି ।

ସେପଟେ ଏହି ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୁଲିସର ଅବହେଳା । ଘଟଣା ଗତ ରବିବାର ରାତିରେ ଘଟିଥିଲେ ହେଁ ସ୍ଥାନୀୟ ଫାଣ୍ଡି ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ମହିଳାଙ୍କୁ ନିର୍ଘାତ ମାଡ଼ ମରାଯାଉଥିବା ଭିଡ଼ିଓ ଭାଇରାଲ ହେବା ପରେ ରାଉରକେଲା ଏସପିଙ୍କ ପାଖରେ ପହଚିଂଥିଲା । ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ପ୍ଲାଣ୍ଟସାଇଟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ପୁଲିସ ଉକ୍ତ ଘଟଣାରେ ଚଢ଼ଉ କରି ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି ।

ଭାଇରାଲ ଭିଡ଼ିଓରୁ ଜଣାପଡିଛି ଯେ, ମହିଳା ଜଣଙ୍କ ଜଣେ ଦିନ ମଜୁରିଆ ଥିବା ବେଳେ ୧୦ରୁ ଉର୍ଦ୍ଧ ଯୁବକ ତାଙ୍କ ହାତଗୋଡ଼ ବାନ୍ଧି ମାରଣାନ୍ତକ ଆକ୍ରମଣ କରୁଛନ୍ତି । ଖାଲି ଏତିକି ନୁହେଁ କିଛି ବ୍ୟକ୍ତି ଏହି ସବୁ ଘଟଣା ମୋବାଇଲରେ ଭିଡ଼ିଓ ସୁଟିଂ କରୁଥିବା ଦେଖାଦେଇଛି ।


ସେୟାର କରନ୍ତୁ