ଖଣ୍ଡଗିରି ପୁଲିସର ଦାଦାଗିରି: ଦୁଇ ଶିଶୁଙ୍କ ସମେତ ମା’କୁ ତଡି ଦେଲା ପୁଲିସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସର ଦାଦାଗିରି ଶୁକ୍ରବାର ଦେଖିବାକୁ ମିଳିଛି । ଏକ ବିବାଦୀୟ ଘରୁ ଦୁଇ ଜଣ ଶିଶୁ ସମେତ ମା’କୁ ତଡି ଦେଇଛି ପୁଲିସ । ଯାହା ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟ କରିଛି । ଏତିିକି ନୁହେଁ ପୁଲିସ କିଛି ବାଉନ୍ସରଙ୍କ ସହ ହାତ ମିଳାଇ ଖାକିର ପାୱାର ଦେଖାଇ ଅଚଂଳରେ ଆତଙ୍କ ଖେଳିଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପକ୍ଷରେ ନିଜକୁ ବଚାଂଇବା ପାଇଁ ପୁଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଚାଲାକି ଦେଖାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ଅଧିନ ପାତ୍ରପଡା ମୌଜାରେ ‘ଶ୍ରେୟା ପ୍ୟାଲେଶ’ ରହିଛି । ଉକ୍ତ ପ୍ୟାଲେଶର ଡୁପ୍ଲେକ୍ସ ନମ୍ବର-୮କୁ ନେଇ ବିବାଦ ଦେଖା ଦେଇଛି । କାରଣ ପ୍ୟାଲେଶର ମାଲିକ ତଥା ଶ୍ରେୟା ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡର ମାଲିକ ହିମାଶୁଂ ନାୟକ ଗୋଟିଏ ଘରକୁ ଦୁଇ ଜଣଙ୍କୁ ବିକ୍ରି କରିଥିବା ଜଣାପଡିଛି ।

ଉକ୍ତ ଡୁପ୍ଲେକ୍ସକୁ ୨୦୦୯ ଜାନୁଆରୀରେ ଜଣେ ବ୍ୟକ୍ତି କିଣିଥିଲେ । ନଭେମ୍ବର ମାସରେ ଏହି ବିକ୍ରିକୁ ସମ୍ପୃକ୍ତ ବିଲ୍ଡର କ୍ୟାନ୍ସଲ କରିଥିଲେ । ଏହାପରେ ଡିସେମ୍ବର ୧୪ ତାରିଖରେ ଉକ୍ତ ଡୁପ୍ଲେକ୍ସକୁ ଭେଙ୍କଟ ରାମାଜୀ ପାତ୍ର କିଣିଥିଲେ । ଏଥିସହ ଉକ୍ତ ଘର ପାଇଁ ସେ ଆଇଡିବିଆଇ ବ୍ୟାଙ୍କରୁ ଋଣ ନେଇଥିବା ମଧ୍ୟ ଶ୍ରୀ ପାତ୍ର କହିଛନ୍ତି ।

ପାତ୍ର ନିଜେ ସେ ଘରେ ରହୁନଥିବା ବେଳେ ସେ ଜଣେ ବ୍ୟକ୍ତିଙ୍କୁ ଭଡାରେ ଦେଇଥିଲେ । ଦୁଇ ଶିଶୁ ସମେତ ପତି-ପତ୍ନୀ ସେଠାରେ ରହୁଥିଲେ । ଏପରିସ୍ଥଳେ ପ୍ରଥମେ କିଣିଥିବା ଘର ମାଲିକ ନିଜ ଘର ବୋଲି କହି ଆଜି ଦାବି କରିଥିଲେ । ମାମଲା ଥାନାରେ ପହଚିଂଥିଲା । କିଛି ନବୁଝିି ପୁଲିସ କେତେକ ବାଉନ୍ସରକୁ ସାଙ୍ଗରେ ନେଇ ସ୍ୱାମୀ ଘରେ ନଥିବା ବେଳେ ଦୁଇ ଶିଶୁ ସମେତ ମା’କୁ ଉକ୍ତ ଘରୁ ଜୋର ଜବରଦସ୍ତ ବାହାର କରି ଦେଇଥିଲା । ଏହାପରେ ନିଜକୁ ବଚାଂଇବା ପାଇଁ ଉକ୍ତ ମହିଳାଙ୍କଠାରୁ ଏକାଧିକ ସାଦା କାଗଜରେ ପୁଲିସ୍ ଦସ୍ତଖତ କରିନେଇଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ପୁଲିସ କମିଶନର ଘଟଣାର ତଦନ୍ତ କରି ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।


ସେୟାର କରନ୍ତୁ