ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ମାରି ଗିରଫ ହେଲେ ଯୁବକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଜଣେ ଯୁବକ । ଅଭିଯୁକ୍ତ ଜଣଙ୍କ ହେଲେ ପଟିଆର ଜିତୁ ଜେନା ଓରଫ ସ୍ମୃତିରଂଜନ ମହାପାତ୍ର । ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ପଟିଆ ଛକରେ ଆଜି ଜଣେ ଟ୍ରାଫିକ କନଷ୍ଟେବଳ ଡ୍ୟୁଟି କରୁଥିଲେ । ଟ୍ରାଫିକ ଲାଇଟ ବନ୍ଦ ଥିବାବେଳେ ନିୟମକୁ ଅବମାନନା କରି ଜିତୁ ପଳାଇବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ଟ୍ରାଫିକ କର୍ମଚାରୀ ଜଣଙ୍କ ତାଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଛକରେ ପାଟିତୁଣ୍ଡ ହୋଇଥିଲା ।

ସଂଗେ ସଂଗେ ଜିତୁ ଉତକ୍ଷିପ୍ତ ହୋଇ କନଷ୍ଟେବଳ ଜଣଙ୍କୁ ଅସଭ୍ୟ ଭାସାରେ ଗାଳିମନ୍ଦ କରିବା ସହ କଲର ଧରି ମାଡ଼ ମାରିଥିଲା । ଏ ନେଇ କନଷ୍ଟେବଳ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଜଣକୁ ଗିରଫ କରିଥିଲା ।


ସେୟାର କରନ୍ତୁ