ପୁଣି ମାତିଲେ ଲୁଟେରା, ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ଲୁଟେରାମାନେ ରାଜଧାନୀରେ ଆତଙ୍କ ମଚାଇଛନ୍ତି । ବାରଙ୍ଗ ଅଚଂଳରେ ଜଣେ ଯୁବକଙ୍କ ବାଇକ ଡିିକି ଭାଙ୍ଗି ଦୁର୍ବୃତମାନେ ଲୁଟି ନେଇଛନ୍ତି ପ୍ରାୟ ଦେଢ଼ ଲକ୍ଷ ଟଙ୍କା । ଲୁଟର ଶୀକାର ହୋଇଥିବା ଯୁବକ ଜଣଙ୍କ ହେଲେ ବାରଙ୍ଗ ଥାନା ଦାରୁଠେଙ୍ଗ ଗ୍ରାମର ତ୍ରିଲୋଚନ ପ୍ରଧାନ । ଏନେଇ ତ୍ରିଲୋଚନ ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି ।

ସୂଚନାଯୋଗ୍ୟ, ବାରଙ୍ଗ ଥାନା ନିକଟସ୍ଥ ସୀତାରାମ ବଜାରକୁ ସୌଦା କିଣିବା ପାଇଁ ଦାରୁଠେଙ୍ଗ ଗ୍ରାମର ତ୍ରିଲୋଚନ ପ୍ରଧାନ ବାଇକ ଧରି ଆସିଥିଲେ । ବାଇକକୁ ବଜାର ନିକଟରେ ରଖି ସୌଦା କିଣୁଥିଲେ । ଠିକ ଏହି ସମୟରେ କିଛି ଦୁର୍ବୁତ ପୂର୍ବରୁ ବାଇକରେ ଟଙ୍କା ଥିବା ଆଭାସ ପାଇ ଡିକି ଭାଙ୍ଗି ଟଙ୍କା ନେଇ ଚମ୍ପଟ ହୋଇ ଯାଇଥିଲେ ।

ସୌଦାପତ୍ର କିଣି ସାରିବା ପରେ ତ୍ରିଲୋଚନ ଗାଡି ନିକଟକୁ ଆସି ଦେଖିଥିଲେ ଯେ କେହି ତାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ କରିଛି । ଏଭଳି ଘଟଣାକୁ ଦେଖି ସେ ବାଉଳିଚାଉଳି ହେବା ସହ କିଛି ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ । ହେଲେ ଟଙ୍କା ମିଳିନଥିଲା । ପରେ ସେ ଥାନାରେ ଅଭିଯୋଗ କରିଥିଲେ । କେହି ବ୍ୟକ୍ତି ବାଇକରେ ଟଙ୍କା ଥିବା ପୂର୍ବରୁ ଜାଣି ଏଭଳି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି । ଟଙ୍କା ଆଣିବା ସମୟରେ କାହାରିକୁ ଜଣାଥିବା ନେଇ ପୁଲିସ ତ୍ରିଲୋଚନକୁ ପଚରାଉଚରା କରୁଛି ।


ସେୟାର କରନ୍ତୁ