ଶ୍ରୀମନ୍ଦିର ନୀତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଗଠନ କଲେ ଏକ୍ସପର୍ଟ କମିଟି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଏକ ତିନି ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ଦେଶର ପ୍ରମୂଖ ମନ୍ଦିରର ପରିଚାଳନା ସ୍ଥିତି ଅନୁଧ୍ୟାନ କରିବା ପାଇଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଏକ୍ସପର୍ଟ କମିଟି ଗଠନ କରାଯାଇଛି ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟିକୁ ସୁଧାରିବା ପାଇଁ ।

ଏହି କମିଟିର ଅଧ୍ୟକ୍ଷ ବରିଷ୍ଠ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ରହିବେ ଏବଂ କେନ୍ଦ୍ରାଞ୍ଚଳ ଆଇଜି ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ ମଧ୍ୟ ଏହି କମିଟିର ସଦସ୍ୟ ରହିବେ । ଏ ନେଇ ଆଇନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।

ଦେଶର ଅନ୍ୟ ମନ୍ଦିର ପରିଚାଳନା କିଭଳି ରହିଛି ସେନେଇ ଜୁନ ୩୦ ତାରିଖ ଶେଷ ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଜୁନ ୮ ତାରିଖ ଦିନ ସୁପ୍ରିମକୋର୍ଟ ସରକାରଙ୍କୁ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଶର ପ୍ରମୂଖ ମନ୍ଦିର ଯଥା- ବୈଷ୍ଣୋଦେବୀ ମନ୍ଦିର, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରର ହେଉଥିବା ପରିଚାଳନା ଏବଂ ବ୍ୟବସ୍ଥାକୁ ନେଇ ଟିମ ଅନୁଧ୍ୟାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚତମ ନ୍ୟାୟାଳୟ।

ଏହି ସବୁ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରି ଶ୍ରୀ ଜଗନ୍ନାଥ ମନ୍ଦିରରେ କ’ଣ ପରିବର୍ତ୍ତନ କରାଯାଇ ଅନ୍ୟ ମନ୍ଦିରର ବ୍ୟବସ୍ଥାକୁ ଆପଣା ଯାଇ ପାରିବ ସେନେଇ ରିପୋର୍ଟ ଦେବ କମିଟି ।


ସେୟାର କରନ୍ତୁ