ମନ୍ଦିରରୁ ଲୁଟ୍‍ପାଟ କରି ଜେଲ ଗଲେ ୪ ଲୁଟେରା

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ମନ୍ଦିରରେ କଳାକନା ବୁଲାଇବା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ହେଲେ ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀର ପୁପୁନ ଦାସ ଓରଫ ରଙ୍ଗିଲା, ସତ୍ୟରଞ୍ଜନ ମଲ୍ଲିକ ଓରଫ ଅଜୟ ଓ ସୁନିଲ କୁମାର ରାଉତ ଓରଫ ପିଙ୍କୁ । ପୁଲିସ ମନ୍ଦିରରୁ ଲୁଟ୍‍ ହୋଇଥିବା ସମସ୍ତ ଜିନିଷକୁ ଜବତ କରିଛି ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଥାନା ନୀଳମାଧବ ବସ୍ତିରେ ଥିବା ତ୍ରିନାଥ ମନ୍ଦିରରୁ ଗତ ୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ମନ୍ଦିରରେ ଥିବା ହୁଣ୍ଡି, ଢ଼ାଳ, ଗରା, ରୂପା ଅଳଙ୍କାର ଆଦି ଲୁଟି ନେଇ ପଳାଇଥିଲେ । ଏନେଇ ତ୍ରିନାଥ ମନ୍ଦିର ଟ୍ରଷ୍ଟ କମିିଟିର ସଂପାଦକ ଧିରେନ ବାରିକ ଓ ଅନ୍ୟ କର୍ମକର୍ତ୍ତାମାନେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଚଢ଼ଉ କରି ଗତ ସୋମବାର ୪ ଲୁଟେରାଙ୍କୁ ଗିରଫ କରିଛି । ଏହି ଲୁଟେରାମାନଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଲୁଟ୍‍ପାଟ ଭଳି ଅନେକ ମାମଲା ରହିଛି ।


ସେୟାର କରନ୍ତୁ