ରାଜଧାନୀରୁ ନକ୍ସଲ ନେତା ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ଼ ଥିବା ଜଣେ ନକ୍ସଲ ନେତାଙ୍କୁ କମିଶନରେଟ ପୁଲିସ ଓ ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ମିଳିତ ଭାବେ ଚଢ଼ଉ କରି ତାକୁ ରାଜଧାନୀରୁ ଗିରଫ କରିଛନ୍ତି । ନକ୍ସଲ ନେତା ଜଣଙ୍କ ହେଲେ ଅଲିକ୍ ଚକ୍ରବର୍ତ୍ତୀ । କିଛି ମାସ ହେଲା ସେ ପଶ୍ଚିମବଙ୍ଗର ଭାଙ୍ଗର ଅଞ୍ଚଳରେ ରହିଆସୁଥିବା ଜଣାପଡିଛି । ଅଲିକ୍ ସିପିଆଇଏମଏଲ ରେଡ ଷ୍ଟାରର ଜଣେ ଆଗ ଧାଡିର ନେତା ।

ଅଲିକ୍ ପୁରୁଲିଆ ଅଞ୍ଚଳରେ ସକ୍ରୀୟ ଥିବା ସୂଚନା ମିଳିଛି । ଏଥିସହ ୫ସପ୍ତାହ ତଳେ ଭାଙ୍ଗର ଇଲାକାରେ ଏକ ପାୱାର ଗ୍ରୀଡ଼ ନିର୍ମାଣ କାମକୁ ବିରୋଧ କରି ଆସୁଥିଲେ ଆଲିକ୍ । ଆଲିକ୍ ପାଇଁ ଉକ୍ତ ଅଞ୍ଚଳରେ ବହୁ ହିଂସା ମଧ୍ୟ ଉପୁଜିଥିବା ସେଠାକାର ପୁଲିସ କହିଛି । ତେଣୁ ଏହି ନକ୍ସଲ ନେତା ପଶ୍ଚିମବଙ୍ଗ ସରକାର ପାଇଁ ମୋଷ୍ଟୱାଣ୍ଟେଡ଼ ସାଜିଥିଲେ । ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଥିବା ପୁଲିସ କହିଛି ।

ଗିରଫଦାରିରୁ ବଞ୍ଚିବା ପାଇଁ ସେ ପଶ୍ଚିମବଙ୍ଗ ଛାଡି ଭୁବନେଶ୍ୱର ଆସିଥିବା ଏସଟିଏଫ ଜାଣିବାକୁ ପାଇଥିଲା । ଏଠାକାର ପୁଲିସକୁ ଖବର ଦେବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଲିକ୍ କୁ ଉକ୍ତ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଛି । ନକ୍ସଲ ନେତା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶୁଣିବାକୁ ମିଳିଛି । ତାଙ୍କ ନାଁରେ ବହୁ ମାମଲା ଥିବା ଜଣାପଡିଛି ।


ସେୟାର କରନ୍ତୁ