ବୋହିବ ପବନ, ଅଜାଡିବ ବର୍ଷା…..ଜାରି ରହିବ କାଳବୈଶାଖୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର: ଉପକୂଳ ଓଡିଶା ସମେତ ଉତ୍ତର ଓ ଦଖିଣ ଓଡିଶାରେ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  ଆସନ୍ତା ମେ ୨୪ ତାରିଖ କାଳବୈଶାଖୀ ରାଜ୍ୟର ଏହି ଅଞ୍ଚଳମାନଙ୍କରେ ଜାରି ରହିବ  ଫଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ଘଡଘଡି ଓ ବର୍ଷା ହେବ  କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ସେହିପରି ପଶ୍ଚିମ ଓଡିଶାର କିଛିଟା ସ୍ଥାନରେ ଏହି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ 

ସୂଚନାଥାଉକି, ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛିଟା ସ୍ଥାନରେ ବର୍ଷା ହୋଇସାରିଛି  ଚାନ୍ଦବାଲିର ସର୍ବାଧିକ ୨୬.୬ ମିଲିମିଟର ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୧୫, ହିରାକୁଦରେ ଓ ଝାରସୁଗୁଡାରେ ୧୪.୨ ମିମ ବର୍ଷା ହୋଇଛି  ସର୍ବନିମ୍ନ ଭାବରେ ପାରାଦ୍ଵିପରେ ୮ ମିମି ବର୍ଷା ରେକର୍ଡ କରାଯାଇଛି  ଅପରପକ୍ଷରେ ପଶ୍ଚିମ ଓଡିଶାରେ ଗ୍ରୀଷ୍ମର ଲହରୀ ଜାରି ରହିଛି  ମାଲକାନାଗିରିରେ ତାପମାତ୍ରା ୪୨.୨ ଡିଗ୍ରୀ ଭାରବେ ସର୍ବାଧିକ ରହିଥିବା ବେଳେ ବଲାଙ୍ଗୀରରେ ୪୨ ଓ ଟିଟିଲାଗଡରେ ୪୧ ଡିଗ୍ରି ତାପମାତ୍ରା ରହିଛି  

ପ୍ରକାଶଥାଉକି, ଆସନ୍ତା ଜୁନ୍ ୬ ସୁଦ୍ଧା ଓଡିଶାକୁ ପ୍ରାକ ମୌସୁମି ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି  ଏହାପୂର୍ବରୁ ପ୍ରାକ ମୌସୁମି ବର୍ଷା ଆରମ୍ଭ ହେବ   


ସେୟାର କରନ୍ତୁ