ବିମାନବନ୍ଦରରେ ନାଗସାପ ଆତଙ୍କ, ସାତ ମିନିଟ ଅଟକିଲା ବିମାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତଃର୍ଜାତିକ ବିମାନବନ୍ଦରରେ ସାପ ଆତଙ୍କ ତା ପୁଣି ନାଗ ସାପ ଯାହାକୁ ନେଇ ବିମାନ ଉଡାଣ ବିଳମ୍ବ ହୋଇଛି ଘଟଣାଟି ଶନିବାର ରାତିରେରେ ଘଟିଥିବା ଜଣାପଡିଛି ତେବେ ଏଥିରେ ବିମାନ କିମ୍ବା ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇ ନାହିଁ  

ଘଟଣାରୁ ପ୍ରକାଶ,  ଶନିବାର ରାତି ୮ ଟା ୨୦ରେ ଦିଲ୍ଲୀରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ଭୁବନେଶ୍ବରରେ ଅବତରଣ କରିଥିଲା ବିମାନଟି ପାର୍କିସ୍ଥଳରେ ପହଞ୍ଚିବା ପୂର୍ବରୁ ଏଠାରେ ଠିଆ ହୋଇଥିବା କିଛି କର୍ମଚାରୀ ନାଗ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ବିମାନରେ ଥିବା ପାଇଲଟଙ୍କୁ ଖବର ଦିଆଯାଇଥିଲା ସେ ବିମାନଟିକୁ ନିର୍ଦ୍ଧାରିତ ପାର୍କିଂସ୍ଥଳରୁ କିଛି ବାଟ ଦୂରରେ ବିମାନକୁ ଅଟକାଇଥିଲେ ବିମାରବନ୍ଦରର କର୍ମଚାରୀ ନାଗ ସାପକୁ କାବୁ କରିଥିଲେ ପରେ ପାଇଲଟଙ୍କୁ କ୍ଲିଅରାନ୍ସ ମିଳିବା ପରେ ସେ ବିମାନଟିକୁ ପାର୍କିସ୍ଥଳକୁ ଆଣିଥିଲେ ପରେ ଏଥିରେ ଥିବା ଯାତ୍ରୀ ସୁରଖିତ ଭାବରେ ଓହ୍ଲାଇ ଥିଲେ  

ନାଗ ସାପ ପାଇଁ ବିମାନଟି ପ୍ରାୟ ସାତ ମିନିଟ ଅଟକିଥିବା ସୂତ୍ରରୁ ଜଣାପଡିଛି ବିମାନ ବନ୍ଦରରେ ସାପ ବାହାରିବା କିଛି ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଅନେକ ସମୟରେ ସାପ ଉଦ୍ଧାର କରାଯାଇଛି


ସେୟାର କରନ୍ତୁ