ମହିଳାଙ୍କୁ କମେଣ୍ଟ: ପ୍ରତିବାଦ କରିବାରୁ ୨ ଯୁବକଙ୍କୁୁ ଗୋଡେଇ ହାଣିଲେ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ବିଚ ରାସ୍ତାରେ ଖୁଲମଖୁଲା ମହିଳାଙ୍କୁ କମେଣ୍ଟ ମାରିଲେ । ଏହାକୁ ପ୍ରତିବାଦ କରିବାରୁ ଦୁଇ ଯୁବକଙ୍କୁୁ କିଛି ଅସମାଜିକ ବ୍ୟକ୍ତି ଭୂଜାଲିରେ ଗୋଡେଇ ହାଣିଲେ । ଏମିତି ଏକ ଘଟଣା ଖଣ୍ଡଗିରି ଡୁମୁଡୁମା ଅଚଂଳରେ ଘଟିଛି । ଯାହା ପୁରା ଏରିୟାରେ ଆତଙ୍କ ଖେଳାଇ ଦେଇଛି ।

ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡୁମୁଡୁମା ରଘୁନାଥନଗରର କାହ୍ନୁ ପାତ୍ର । ଆକ୍ରମଣ ଘଟଣାରେ ଫେରାର ୩ ଯୁବକଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଜରି ରଖିଛି । ଭୂଜାଲି ଆକ୍ରମଣରେ ଆହତ ହୋଇଥିବା ଦୁଇ ଯୁବକ ସତ୍ୟନଗରର ବିଶ୍ୱଜିତ ଦାସ ଓ ମନୋରଂଜନ ମହାନ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁହିଁଙ୍କ ଗୋଡ, ମୁଣ୍ଡ ଓ ହାତରେ ଶକତ ଆଘାତ ଲାଗିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ରଘୁନାଥ ନଗରରେ ରହୁଥିବା ସୁନିତା ସାହୁ ଶନିବାର ଦିନ ସନ୍ଧ୍ୟା ସମୟରେ ଘର ସମ୍ମୁଖ ରାସ୍ତା ଉପରେ ଠିଆ ହୋଇଥିଲେ । ଏତିକି ବେଳେ ସତ୍ୟନଗରର ଅଭିଯୁକ୍ତ କାହ୍ନୁ ଓ ଅନିଲ ନାୟକ ମୋଟର ସାଇକେଲରେ ଦ୍ରୁତ ଗତିରେ ଆସି ସୁନିତାଙ୍କ ଦେହକୁ ଗାଡି ବଜାଇ ସହ କମେଣ୍ଟ ମାରି ପଳାଇଥିଲେ । ସୁନିତା ଏନେଇ ପ୍ରତିବାଦ କରିବାରୁ କାହ୍ନୁ ଗାଡି ରଖି ସୁନିତାଙ୍କ ପାଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ।

ସୁନିତାଙ୍କ ପୁତୁରା ବିଶ୍ୱଜିତ ଓ ମନୋରଂଜନ ପ୍ରତିବାଦ କରିବାରୁ କାହ୍ନୁ ତାଙ୍କୁ ରୁବାବ ଦେଖାଇ ସେଠାରୁ ପଳାଇଥିଲେ । ଏହାର କିଛି ସମୟ ପରେ ଦୁଇଟି ବାଇକରେ ୪ ଜଣ ଯୁବକ ଆସି ପ୍ରଥମେ ବିଶ୍ୱଜିତଙ୍କୁ ଭୂଜାଲିରେ ଗୋଡେଇ ଗୋଡେଇ ହାଣିଥିଲେ । ପାଟି ଶୁଣି ମନୋରଂଜନ ଆସିଥିଲେ । ହେଲେ ଯୁବକମାନେ ତାଙ୍କୁ ମଧ୍ୟ ଛାଡି ନଥିଲେ । ଦୁଇ ଜଣଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ । ପରିବାର ଲୋକେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ କାହ୍ନୁକୁ ଗିରଫ କରିଥିଲା ।


ସେୟାର କରନ୍ତୁ