ଡୁମୁଡୁମା ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ଦୋକାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଡୁମୁଡୁମା ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୦ରୁ ଅଧିକ ଦୋକାନ ଜଳିପୋଡି ଛାରଖାର ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ କାହାରି ଜୀବନ ହାନି ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ସମ୍ପୁର୍ଣ୍ଣ ପୋଡି ଯାଇଛି ।

ପ୍ରଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୪ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ଗାଡି ସହ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାରେ ଲାଗିପଡିଥିଲେ । ନିଆଁ ଲିଭାଇବାରେ ମୋଟ ଦୁଇଟି ଗାଡି ଲାଗିଥିବା ବେଳେ ୧୫ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।


ସେୟାର କରନ୍ତୁ