କୋଇଲା ବୁଝେଇ ଟ୍ରକ ଓଲଟି ନିଆଁ ଲାଗି ଯିବାରୁ ଚାଳକ ଜଣଙ୍କ ଜୀବନ୍ତ ଦଗ୍ଧ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: କୋଇଲା ବୁଝେଇ ଟ୍ରକ ଓଲଟି ନିଆଁ ଲାଗି ଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ତେବେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର ସହ ଅଧିକ ତଦନ୍ତ ଚଳାଇଛନ୍ତି l

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ 53 ନଂ ଜାତୀୟ ରାଜପଥ ଆଦର୍ଶ ବିଦ୍ୟାଳୟ ପାଖ ଖୁଣ୍ଟିଆ ଢ଼ାବା ନିକଟରେ ଏକ କୋଇଲା ବୁଝେଇ ଟ୍ରକ ଓଲଟି ଜଳିଯାଇଛି l ଯାହା ଫଳରେ ଗାଡି ଚାଳକ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି l ଗାଡି ନଂ OD 35-C 0436 ଟ୍ରକଟି ତାଳଚେରରୁ କୋଇଲା ନେଇ କାମାକ୍ଷାଗର ଅଭିମୁଖେ ଯାଉଥିଲା ବେଳେ କୌଣସି କାରଣରୁ ଟ୍ରକଟି ଓଲଟି ପଡିଥିଲା, ଯାହା ଫଳରେ ଟ୍ରକଟି ନିଆଁ ଲାଗିବା ସହ ସେଥିରେ ଥିବା ଟ୍ରକ ଡ୍ରାଇଭର ଜଣକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି l

ସୂଚନା ଥାଉକି, ଖବର ଲେଖିଲା ପର୍ଯ୍ୟନ୍ତ ଡ୍ରାଇଭରଙ୍କର କୌଣସି ଠିକଣା ମିଳିପାରି ନାହିଁ l


ସେୟାର କରନ୍ତୁ