ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି କିଙ୍ଗ୍ କୋହଲି । ଏହି ମ୍ୟାଚରେ ସେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ତାଙ୍କର 52ତମ ଶତକ । ପ୍ରାୟ 2 ବର୍ଷ ପରେ ତାଙ୍କ ବ୍ୟାଟରୁ ଶତକୀୟ ଇନିଂସ ଦେଖିବାକୁ ମିଳିଛି । 2023 ବିଶ୍ଵକପ ସମୟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ ।
ରବିବାର ରାଞ୍ଚିରେ ଖେଳାଯାଉଥିବା ମ୍ୟାଚରେ ସେ 102 ବଲରୁ 100 ରନ ପୂରଣ କରିଛନ୍ତି । ଯେଉଁଥିରେ 5 ବିଶାଳ ଛକା ଏବଂ 7 ଚଉକା ସାମିଲ ରହିଛି । ମାକ୍ରୋ ଜନସନଙ୍କ 8ମ ଓଭରର 5ମ ବଲରେ କୋହଲି ଚଉକା ମାରି ଶତକ ପୂରଣ କରିଛନ୍ତି । 102 ବଲରେ 103 ରନ କରି ଅପରାଜିତ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କର ଏହା 83ତମ ଶତକ । ପୂର୍ବରୁ ସେ ଦିନିକିଆରେ 51 ଶତକ ମାରିଥିବାବେଳେ ଟେଷ୍ଟ ମ୍ୟାଚରେ 30ଟି ଏବଂ ଟି-20ରେ ଗୋଟିଏ ଶତକ ହାସଲ କରିଛନ୍ତି ।