ବଦଳିଲେ ପରଜଙ୍ଗ ବ୍ଲକ କଂଗ୍ରେସର ସଭାପତି, ନୂତନ ସଭାପତି ହେଲେ ବିଜୟ କୁମାର ରାଓତରାୟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ତାର ସଙ୍ଗଠନକୁ ମଜଭୁତ କରିବା ପାଇଁ କେତେକ ଜାଗାରେ ବ୍ଲକ ସ୍ତରୀୟ ସଭାପତିମାନଙ୍କୁ ବଦଳାଇଥିବା ଦେଖିବାକୁ ମିଳିଅଛି ।

ସୂଚନା ମୁତାବକ, ରାଜ୍ୟ କଂଗ୍ରେସ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଇଁ ନୂତନ ବ୍ଲକ ସଭାପତି ଭାବରେ ବିଜୟ କୁମାର ରାଓତରାୟଙ୍କୁ ନିଯୁକ୍ତ କରିଥିବା ଦେଖିବାକୁ ମିଳିଅଛି । ଏହା ପୂର୍ବରୁ ପରଜଙ୍ଗ କଂଗ୍ରେସର ବ୍ଲକ ସଭାପତି ଭାବରେ ନଗେନ ବିନାୟକ କାର୍ଯ୍ୟ କରୁଥିଲେ ।

ସେହିପରି ଢେଙ୍କାନାଳ ସଦର ପାଇଁ ଅଖିଳ ମୋହନ ଖୁଣ୍ଟିଆ, କାମାକ୍ଷାନଗର ପାଇଁ ପ୍ରତାପଚନ୍ଦ୍ର ସାହୁ ଏବଂ ଓଡାପଡା (ହିନ୍ଦୋଳ ) ପାଇଁ ପ୍ରମୋଦ କୁମାର ନାୟକଙ୍କୁ ନୂତନ ବ୍ଲକ ସଭାପତି ଭାବରେ ନିଯୁକ୍ତ କରିଛି ରାଜ୍ୟ କଂଗ୍ରେସ ।


ସେୟାର କରନ୍ତୁ