ରାଜ୍ୟରେ ମୌସୁମୀ ସକ୍ରିୟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ 24ଘଣ୍ଟା ମଧ୍ୟରେ ରାଜ୍ୟରେ 17.4 ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା 9.4ମିମି ତୁଳନାରେ 85% ଅଧିକ ରେକର୍ଡ ହୋଇଛି । ସେହିପରି ବରଗଡ ଜିଲ୍ଲାରେ ସର୍ବାଧିକ ବର୍ଷା 67.7 ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା 9.4 ମିମି ତୁଳନାରେ 620% ଅଧିକ ରହିଛି ।

ଶକ୍ତିଶାଳୀ ମୌସୁମୀ ପ୍ରବାହ ତଥା ଲଘୁଚାପ ପ୍ରଭାବରେ ଆଗାମୀ 24 ଘଣ୍ଟା ଯାଏଁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ପବନ ଘଣ୍ଟା ପ୍ରତି ବେଗ 40 ରୁ 50 କିମି ସମ୍ଭାବନା ହେତୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ଏବଂ ତାର ଆଖ ପାଖ ଅଂଚଳକୁ ଯିବାକୁ ସମ୍ପୂର୍ଣ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।


ସେୟାର କରନ୍ତୁ