ଆଗାମୀ 24 ଘଣ୍ଟା ପାଇଁ 11 ଜିଲ୍ଲାକୁ ଅରେଞ୍ଜ ଚେତବାନୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏଥିସହ ଲଘୁଚାପ ପ୍ରଭାବରେ ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆହୁରି ଦୁଇଦିନ ପ୍ରବଳ ବର୍ଷା ହେବ । ଆଗାମୀ 24 ଘଣ୍ଟା ପାଇଁ 11 ଜିଲ୍ଲାକୁ ଅରେଞ୍ଜ ଚେତବାନୀ ସହ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ତଥା ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତବାନୀ ରହିଅଛି ।

ଗତ 24ଘଣ୍ଟାରେ ରାଜ୍ୟରେ 31.7ମିମି ବର୍ଷାରେକର୍ଡ କରାଯାଇଥିବା ବେଳେ ତାହା ସ୍ୱାଭାବିକ ବର୍ଷା 8.6 ମିମି ତୁଳନାରେ 269% ଅଧିକ ରହିଛି । ସେହିପରି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ବର୍ଷା 101.1ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା 7.3ମିମି ତୁଳନାରେ 1285% ଅଧିକ ରହିଛି ।


ସେୟାର କରନ୍ତୁ