ଅମଲା ସଙ୍ଘର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହା ଆନ୍ଦୋଳନ ଜାରି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ପରଜଙ୍ଗ ବ୍ଲକରେ 7 ଦିନରେ ପହଞ୍ଚିଲା ଅମଲା ସଂଘର ଆନ୍ଦୋଳନ । ଜିଲ୍ଲା ସ୍ତରୀୟ ଅମଲା ସଙ୍ଘ ପକ୍ଷରୁ ସାମୁହିକ ଛୁଟିରେ ରହି, ପ୍ରତେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜକୁ 7 ଦିନ ହେବ ବ୍ଲକ ଅମଲା ସଙ୍ଘମାନେ ଧାରଣାରେ ବସିଛନ୍ତି । ସେହିପରି ପରଜଙ୍ଗ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ମଧ୍ୟ ଆଜକୁ 7 ଦିନ ହେବ ଧାରଣାରେ ବସି ମହାଆନ୍ଦୋଳ ଜାରି ରଖିଅଛି l

ତେବେ ଅମଲା ସଙ୍ଘ ସମାନ କାମକୁ ସମାନ ଦରମା ଦାବି କରି, ଅର୍ଥାତ ଗ୍ରାଜୁଏସନ 42 ଶହ ଟଙ୍କା ଗ୍ରେଡ଼ ପେ ଲାଗୁ କରିବା ପାଇଁ ସେମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଏ ନେଇ ଏକ ମାସ ପୂର୍ବରୁ ରାଜ୍ୟସରକାରଙ୍କୁ ଦାବି ପୂରଣ ପାଇଁ ଏକ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ଏ ଦାବି ପୂରଣ ନ ହେବାରୁ ମିଳିତ ଅମଲା ସଙ୍ଘ ସାମୁହିକ ଛୁଟି ନେଇ ଏହି ମହାଆନ୍ଦୋଳ ପ୍ରତେକ ବ୍ଲକ ଓ ଜିଲ୍ଲାରେ ଜାରି ରଖିଛି ।

ତେବେ ଏ ନେଇ ସାଧାରଣ ଜନତା ହଇରାଣ ହେଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାଇ କରିଛି ଅମଲା ସଙ୍ଘ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ମହାଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଙ୍ଘ ସଦସ୍ୟ ମାନେ ଦାବି କରିଛନ୍ତି ।


ସେୟାର କରନ୍ତୁ