ପାନୀୟ ଜଳ ପାଇଁ 2 ୱାର୍ଡ ଡହଳ ବିକଳ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦାଉ ସାଧୁଛି । ଏହି ପଞ୍ଚାୟତର 4 ଓ 5 ନମ୍ବର ୱାର୍ଡର ବସ୍ତି ବାସିନ୍ଦା ଆଜକୁ 2ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ପାଇପାରୁ ନଥିବା ଅଭିଯୋଗ ହୋଇଥିବା ଜଣାପଡିଛି ।

ତେବେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କିରୁ ଅନ୍ୟତ୍ର ସାହି ମାନଙ୍କୁ ପାଣି ଯାଉଥିବା ବେଳେ ଏହି 2 ୱାର୍ଡର ଲୋକ ମାନେ ଏଥିରୁ ବଞ୍ଚିତ ରହିଛନ୍ତି, ଯାହା ଫଳରେ ପ୍ରଚଣ୍ଡ ରୌଦ୍ରତାପରେ ଏହି 2 ୱାର୍ଡ ବାସିନ୍ଦା ଘାଣ୍ଟିଚକଟି ହେବାକୁ ପଡୁଛି । ଏହାକୁ ବସ୍ତି ବାସିନ୍ଦା ସହ୍ୟ କରିନପାରି ବ୍ଲକ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ବିଡ଼ିଓ କହିଥିଲେ ଯେ ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଅନୁଧ୍ୟାନକରି ସାରି ତୁରନ୍ତ ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


ସେୟାର କରନ୍ତୁ